ୟୁକ୍ରେନର ନାଗରିକତା ଆପଣାଇ ନିଅ, ଏହାପରେ କଥା ହୁଅ ; ଟ୍ରମ୍ପଙ୍କ ସାଂସଦକୁ କଡ଼ା ଶବ୍ଦରେ କହିଲେ ଜେଲେନସ୍କି
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ଖୁବ୍ ଦାମ୍ଭିକତାର ଆଭିମୁଖ ଆପଣାଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ କରି ଥିବା ଟିପ୍ପଣୀ ଉପରେ କଡ଼ା ଜବାବ ଦେଇଛନ୍ତି। ଲିଣ୍ଡସେ ଗ୍ରାହମ କହିଥିଲେ କି ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତିର ପଦ ଛାଡ଼ି ଦେବା ଉଚିତ୍। ଏହା ଉପରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ଲାଗୁଛି କି ତାଙ୍କର ରାୟକୁ ମହତ୍ତ୍ୱ ଦିଆ ଯାଉ ତ ଆସି ୟୁକ୍ରେନର ନାଗରିକତା ଆପଣାନ୍ତୁ। ଏହାପରେ ସେ ନିଜର ରାୟ ଦେଇ ପାରନ୍ତି ଏବଂ ପୁଣି ଏହା ଉପରେ ଜଣେ ନାଗରିକ ଭାବେ ବିଚାର କରାଯିବ।

ଜେଲେନସ୍କି କହିଛନ୍ତି , ମୁଁ ତାଙ୍କୁ ୟୁକ୍ରେନର ନାଗରିକତା ଦେଇ ପାରିବି । ସେ ଆମ ଦେଶର ନାଗରିକ ହୋଇ ପାରିବେ, ଏହାପରେ ତାଙ୍କ କଥାର ମହତ୍ତ୍ୱ ବଢିଯିବ। ସେତେବେଳେ ମୁଁ ତାଙ୍କ କଥା ଜଣେ ୟୁକ୍ରେନୀ ନାଗରିକ ଭାବେ ଶୁଣିବି ଯେ, ରାଷ୍ଟ୍ରପତି କିଏ ହେବା ଉଚିତ୍।
ଗୋଟେ ସମୟରେ ୟୁକ୍ରେନର ସମର୍ଥକ ରହି ଥିବା ଗ୍ରାହମ କହିଥିଲେ ଯେ ଯେବେସୁଦ୍ଧା ନିର୍ବାଚନ ହେବ ନାହିଁ , ସେପର୍ଯ୍ୟନ୍ତ ୟୁକ୍ରେନରେ କିଛି ବି କୌଣସି କଥା ଶୁଣାଯିବ ନାହିଁ। ଗ୍ରାହମ ସେହି ରିପବ୍ଲିକ୍ ପାର୍ଟିର ସାଂସଦ ଅଛନ୍ତି, ଯାହାର ନେତା ଡୋନାଲ୍ଡ ଟ୍ରମ୍ପ ଅଛନ୍ତି।
ଲିଣ୍ଡସେ ଗ୍ରାହକ ଓ ଜେଲେନସ୍କିଙ୍କ ମଧ୍ୟରେ ଏହି ବିବାଦ ସେତେବେଳେ ଆସିଛି, ଯେବେ ନିକଟରେ ମୁଁ ହ୍ୱାଇଟ୍ ହାଉସ୍ରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନୀ ନେତାଙ୍କ ସହ ଜୋରଦାର ତର୍କ କରିଥିଲେ। ଏମିତି କି ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ତୀବ୍ର ହୋଇ ଯାଇଥିଲା ଯେ, ଜେଲେନସ୍କି ବିନା ଭୋଜନରେ ହ୍ୱାଇଟ୍ ହାଉସ୍ରୁ ବାହାରି ଯାଇ ଥିଲେ। ଏହି ବୈଠକରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଉପସ୍ଥିତ ଥିଲେ। ଜେଲେନସ୍କି ଆମେରିକା ଠାରୁ ଆହୁରି ଅଧିକ ସମର୍ଥନ ଆଶା କରୁଥିଲା ,କିନ୍ତୁ କଥାବାର୍ତ୍ତା ଖୁବ୍ ଶୀଘ୍ର ଉତ୍ତୋଜନାପୂର୍ଣ୍ଣ ହୋଇଗଲା। ଟ୍ରମ୍ପ ଜେଲେନସ୍କିଙ୍କୁ ପଚାରିଲେ ୟୁକ୍ରେନ କଣ ରୁଷ୍ ସହ ଶାନ୍ତି ପାଇଁ ନିଜ ମାଟିର କିଛି ଭାଗ ଛାଡ଼ିବାକୁ ପ୍ରସ୍ତୁତ। ଭାନ୍ସ ମଧ୍ୟ ଏହି ଯୁକ୍ତିତର୍କରେ ସାମିଲ ହୋଇଥିଲେ ଏବଂ ଜେଲେନସ୍କିଙ୍କ ଉପରେ ଆମେରିକୀୟ ସାହାଯ୍ୟର ସମ୍ମାନ ନକରିବାର ଅଭିଯୋଗ କରିଥିଲେ।

ଜେଲେନସ୍କି ଭାନ୍ସଙ୍କୁ ଜବାବ ଦେଇ କହିଥିଲେ , କେଉଁ ପ୍ରକାରର କୂଟନୀତି , ଜେଡି ? ସେ ବୁଝାଇ ଥିଲେ ଯେ, ରୁଷ୍ ସହ ଶାନ୍ତି ସ୍ଥାପନ କରିବା ପାଇଁ ୟୁକ୍ରେନ ପୂର୍ବରୁ ଅନେକ ଥର ଚେଷ୍ଟା କରିଥିଲା , କିନ୍ତୁ ସେ ସବୁ ବିଫଳ ହୋଇଥିଲା। ଆମେରିକା ଓ ୟୁକ୍ରେନ ମଧ୍ୟରେ ଯେତେ ଯେତେ ଯୁକ୍ତିତର୍କ ବଢିଲା ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ସେ ୩ୟ ବିଶ୍ୱଯୁଦ୍ଧ ସହ ଜୁଆ ଖେଳୁଛନ୍ତି। ଜେଲେନସ୍କି ରୁଷ୍ ସହ କରାଯାଇ ଥିବା କୂଟନୀତିକ ଚେଷ୍ଟା କଥା କହିବାରୁ ଭାନ୍ସ ତାଙ୍କୁ ଅକୃତଜ୍ଞ ଓ ଗର୍ବୀ କହିଥିଲେ । ଆମେରିକୀୟ ନେତାମାନେ କହି ଥିଲେ ଯେ, ଜେଲେନସ୍କିଙ୍କର ଆଭିମୁଖ୍ୟ ଅକୃଜ୍ଞତାରେ ଭରପୂର। ଖାଲି ଏତିକି ନୁହେଁ , ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ସେହି ସମୟରେ ଉଗ୍ର ରୂପଧାରଣ କଲା , ଯେତେବେଳେ ଜେଲେନସ୍କି କହିଥିଲେ କି ରୁଷ୍ର ଆକ୍ରମଣ ଭବିଷ୍ୟତରେ ଆମେରିକା ପାଇଁ ବିପଦ ସାଜିପାରେ ।