ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କାବୁଲରେ ଭୟାନକ ବିସ୍ଫୋରଣ, ତାଲିବାନ ସରକାରର ମନ୍ତ୍ରୀ ହକ୍କାନୀଙ୍କ ମୃତ୍ୟୁ

Published By : Gurupada Nath | December 11, 2024 10:55 PM

ନୂଆଦିଲ୍ଲୀ, ୧୧/୧୨ :  ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ଆତ୍ମଘାତୀ ବମ୍ ଧମାକାରେ ତାଲିବାନ ସରକାରରେ ଶରଣାର୍ଥୀ ମାମଲାରେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଗୃହ ମନ୍ତ୍ରାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି କି ଏହି ବିସ୍ଫୋରଣ ମନ୍ତ୍ରାଳୟ ଭିତରେ ହୋଇଥିଲା ଏବଂ ଶରଣାର୍ଥୀ ମାମଲାରେ ମନ୍ତ୍ରୀ ଖଲୀଲ ହକ୍କାନୀଙ୍କ ମୃତ୍ୟୁ ହୋଇଛି । ହକ୍କାନୀ ଏଭଳି ପଦାଧିକାରୀ ଥିଲେ ଯାହାଙ୍କ ଆଫଗାନିସ୍ତାନର ସରକାରରେ ୩ବର୍ଷ ପୂର୍ବରୁ ତାଲିବାନ ଦ୍ବାରା କବ୍ଜା କରାଯିବା ପରେ ହୋଇଥିବା ବମ ଧମାକାରେ ମୃତ୍ୟୁ ହୋଇଛି । ଏହି ଧମାକାର ଏବେ ଯାଏ କୌଣସି ଲୋକ ଦାୟୀ କରିନାହାନ୍ତି । 

ସୂଚନା ଅନୁଯାୟୀ, ଏହି ଆକ୍ରମଣ ଶରଣାର୍ଥୀ ମନ୍ତ୍ରଣାଳୟ ନିକଟରେ ହୋଇଛି। ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଖୋସ୍ତରୁ ଆସିଥିବା ଏକ ଗ୍ରୁପ ସହ ହକ୍କାନୀ ଆଲୋଚନା କରୁଥିଲେ। ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା।  ଅବଶ୍ୟ ଆତ୍ମଘାତୀ ଆକ୍ରମଣକାରୀ ମନ୍ତ୍ରଣାଳୟ ଭିତରକୁ କିଭଳି ଆସିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଶରଣାର୍ଥୀ ମନ୍ତ୍ରଣାଳୟରେ ହୋଇଥିବା ଏହି ବିସ୍ଫୋରଣରେ ଇସଲାମିକ ଷ୍ଟେଟର ହାତ ଥିବା ନେଇ ଆଶଙ୍କା କରାଯାଉଛି। 

ପ୍ରକୃତରେ ୨୦୨୧ରେ ଆଫଗାନିସ୍ତାନର ଶାସନ ତାଲିବାନ ହାତକୁ ଗଲା ପରେ ଆମେରିକା ସେନା ତାଲିବାନ ଯୁଦ୍ଧକୁ ସମାପ୍ତ କରିଛି। କିନ୍ତୁ ଇସଲାମିକ ଷ୍ଟେଟ ଏବଂ ଖୁରାସନା ଏବେବି ଆଫଗାନିସ୍ତାନରେ ସକ୍ରିୟ ରହିଛି, ଆଉ ବିଭିନ୍ନ ସମୟ‌ରେ ସେଠିକାର ନାଗରିକ ଏବଂ ତାଲିବାନ ଅଧିକାରୀଙ୍କୁ ଟାର୍ଗେଟ କରୁଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.