ନୂଆଦିଲ୍ଲୀ,୨୮।୧୨: ପାକିସ୍ତାନ ବାୟୁସେନା ଦ୍ବାର ଆଫଗାନିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ର ପ୍ରତିଶୋଧ ନେଇଛ ତାଲିବାନ। ଅଫଗାନ୍-ପାକ୍ ସୀମାରେ ଶନିବାର ଭୋର ପ୍ରାୟ ୪ଟା ବେଳେ ଆକ୍ରମଣ ହୋଇଥିଲା। ତାଲିବାନର ତୋପ ଓ ମେସିନ୍ଗନ୍ ଆଗରେ ପାକିସ୍ତାନ ଆର୍ମି ହୋଇଛି ଭୟଭୀତ। ଆଫଗାନିସ୍ତାନରେ ତାଲିବାନ ଯୋଦ୍ଧାଙ୍କ ଦ୍ବାରା କରାଯାଇଥିବା ଆକ୍ରମଣରେ ପାକିସ୍ତାନ ସେନାକୁ ନିଜର ଦୁଇଟି ଚେକ୍ପୋଷ୍ଟ ଛାଡି ପଛକୁ ହଟିବାକୁ ପଡିଛି। କେବଳ ସେତିକି ନୁହେଁ ତାଲିବାନ ଏହା ଦାବି କରିଛି ଯେ, ଏହି ଆକ୍ରମଣରେ ପାକିସ୍ତାନର ପ୍ରାୟ ୧୯ ସୈନିକଙ୍କ ମୃତ୍ୟୁ ହୋଇଛି।
ଟୋଲୋ ନ୍ୟୁଜ ରିପୋର୍ଟ ଅନୁସାରେ, ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡୁରଣ୍ଡ ଲାଇନ୍ର ପାଖ ପାକାଟିଆ ଓ ଖୋସ୍ତ ଅଞ୍ଚଳରେ ଏହି ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ତାଲିବାନ ଯୋଦ୍ଧା ନା କେବଳ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି ତାହା ନୁହେଁ ବଂର ତାକୁ ପୋଡି ପାଉଁଶ କରି ଦେଇଛି। ତାଙ୍କର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ପାକିସ୍ତାନ ସେନାକୁ ପଛକୁ ହଟିବାକୁ ପଡିଛି। ଏହାଛଡା ଅନ୍ୟ କୌଣସି ବିକଳ୍ପ ଦେଖିବାକୁ ମଳିନି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଅଞ୍ଚଳରେ ଅତି କମ୍ରେ ୧୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି।
ତାଲିବାନର ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ସେନା ଶନିବାର ଭୋର ସମୟରେ ପାକିସ୍ତାନ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିଛି। ଏହାସହ ସେହି ସ୍ଥାନକୁ କବଜା କରିନେଇଛି। ରିପୋର୍ଟ ଅନୁସାର ଏବେ ବି ଦୁଇପଟୁ ଫାୟାରିଂ ଜାରି ରହିଛି। ତେବେ ପାକିସ୍ତାନ ସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ବୟାନ ଆସିନାହିଁ।