ପ୍ରମୂଖ ଖବର
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

‘ଶୀର୍ଷସ୍ତରରେ ସିଧାସଳଖ ଆଲୋଚନା ହେଉଛି’; ଟାରିଫ୍‌ ପ୍ରସଙ୍ଗରେ ଏଭଳି କହିଲେ ତୁଳସୀ ଗାବାର୍ଡ

Published By : Tapas Panda | March 17, 2025 6:53 PM

ନୂଆଦିଲ୍ଲୀ: ଟାରିଫ ବା ଶୁଳ୍କ ନୀତି ପ୍ରସଙ୍ଗରେ ଆମେରିକା ଏବଂ ଭାରତର ଶୀର୍ଷ ସ୍ତରୀୟ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏନେଇ ଅଢ଼େଇ ଦିନିଆ ଭାରତ ଗସ୍ତରେ ଥିବା ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ କହିଛନ୍ତି । ବାର୍ଷିକ ବହୁରାଷ୍ଟ୍ରୀୟ ସମ୍ମିଳନୀ ‘ରାଇସିନା ଡାଏଲଗ୍‌’ରେ ଯୋଗ ଦେବାକୁ ତୁଳସୀ ଗାବାର୍ଡ ରବିବାର (ମାର୍ଚ୍ଚ ୧୬)ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ । ଦୁଇ ଦେଶ ମଧ୍ୟରେ ସଂପର୍କ ଏବଂ ଏହାକୁ ଆହୁରି କିଭଳି ସୁଦୃଢ଼ କରିହେବ ସେନେଇ ଏଏନଆଇକୁ ଗାବାର୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ।  

ଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ପ୍ରସଙ୍ଗରେ ଶୀର୍ଷ ସ୍ତରରେ ସିଧାସଳଖ ଆଲୋଚନା ଚାଲିଛି । ଏହା ଭାରତ ଏବଂ ଆମେରିକା ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବାର ଏକ ସୁଯୋଗ । ଶୁଳ୍କ ବିବାଦ ମଧ୍ୟରେ, ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଗାବାର୍ଡ କହିଛନ୍ତି, ‘ଗତ କିଛି ଦିନ ଧରି ମୁଁ ଯେଉଁ ଭାରତୀୟ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି, ସେମାନଙ୍କଠାରୁ ମୁଁ ଯାହା ଶୁଣିଛି, ଏଠାରେ ଏକ ସୁଯୋଗ ଅଛି । ଆମ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାର ସମ୍ଭାବନା ଅଧିକ ଥିବା ପରି ମନେ ହେଉଛି। ମୁଁ ଖୁସି ଯେ ସେମାନେ ଏହାକୁ ନକାରାତ୍ମକ ଦୃଷ୍ଟିକୋଣ ଅପେକ୍ଷା ଅଧିକ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖୁଛନ୍ତି।’ 

ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ଭାବରେ ଭାରତର ଅର୍ଥନୀତି ଏବଂ ଏହାର ଲୋକଙ୍କ ପାଇଁ ଉପଲବ୍ଧ ସୁଯୋଗର ସର୍ବୋତ୍ତମ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଆମେରିକା, ଆମର ଅର୍ଥନୈତିକ ସ୍ୱାର୍ଥ ଏବଂ ଆମେରିକୀୟ ଲୋକଙ୍କ ସ୍ୱାର୍ଥ ପାଇଁ ସମାନ କାମ କରୁଛନ୍ତି।’ ସେ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଏକ ଭଲ ସମାଧାନ ଖୋଜୁଛନ୍ତି। ଶୁଳ୍କ ବିବାଦର ସମାଧାନ ପାଇଁ ଆଶାବାଦୀ ତୁଲସୀ ଗବାର୍ଡ କହିଛନ୍ତି, ‘ମୁଁ ସବୁଠାରୁ ସକାରାତ୍ମକ କଥା ଦେଖୁଛି ଯେ ଆମ ପାଖରେ ଦୁଇଜଣ ନେତା ଯେଉଁମାନେ ଉତ୍ତମ ସମାଧାନ ଖୋଜୁଛନ୍ତି । ଆମ ଉଭୟ ଦେଶର ସର୍ବୋଚ୍ଚ ସ୍ତରରେ ସିଧାସଳଖ ଆଲୋଚନା ହେଉଛି । ଭାରତ ଏବଂ ଆମେରିକା ଉଭୟ ଘରୋଇ କ୍ଷେତ୍ରରେ ପ୍ରବଳ ଆଗ୍ରହ ଥିବାରୁ ମୁଁ ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ ଉତ୍ସାହିତ।’

ରାଜନାଥ ସିଂହଙ୍କୁ ଭେଟିଲେ ତୁଳସୀ ଗବାର୍ଡ

ଆଜି ସକାଳେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭାରତ-ଆମେରିକା ସାମଗ୍ରିକ ରଣନୈତିକ ସମ୍ପର୍କକୁ ବୃଦ୍ଧି କରିବା ଉପରେ ବିଶେଷକରି ପ୍ରତିରକ୍ଷା ଏବଂ ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜନାଥ ସିଂହ ଏକ୍ସରେ ଲେଖିଛନ୍ତି, ‘ଭାରତ ଏବଂ ଆମେରିକା ସଂପର୍କ ସୁଦୃଢ଼ କରିବାକୁ ନେଇ ତୁଳସୀ ଗାବାର୍ଡଙ୍କ ସହ ଆଲୋଚନା ପାଇଁ ମୁଁ ବେଶ ଖୁସି । ପ୍ରତିରକ୍ଷା ଏବଂ ଦୁଇ ଦେଶ ମଧ୍ୟ ସହଭାଗିତା ନେଇ ଆମେ ବିସ୍ତୃତ୍ବ ଆଲୋଚନା କରିଛୁ ।’ ସେପଟେ ତୁଳସୀ ଗାବାର୍ଡ ଜାତୀୟ ସୁରକ୍ଷା ପରାମର୍ଶଦାତା ଅତିଜ ଡୋଭାଲ୍‌ଙ୍କୁ ମଧ୍ୟ ଭେଟିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.