ନୂଆଦିଲ୍ଲୀ,୦୪/୦୫; ୫ ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳମ, ପୁଡୁଚେରୀ ବିଧାନସଭା ନିର୍ବାଚନର କାଉଣ୍ଟିଂ ଜାରି । ତାମିଲନାଡୁରେ ଟିଭିକେର ଭଲ ପ୍ରଦର୍ଶନ କରିଛି । ଡିଏମକେକୁ ଟ୍ରେଣ୍ଡିଂରେ ପାର କଲା TVK । ବହୁ ପୁରୁଣା ଦଳକୁ ପଛରେ ପକାଇ ଫିଲ୍ମ ଷ୍ଟାରରୁ ପଲିଟିକ୍ସରେ ଏଣ୍ଟ୍ରି ମାରିଥିବା ବିଜୟଙ୍କ ଟିଭିକେ ଆଗକୁ ବଢ଼ି ଚାଲିଛି । ତାମିଲନାଡୁରେ ବିଜୟଙ୍କ ଟିଭିକେର ସୁନାମି ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଷ୍ଟାଲିନଙ୍କ ଡିଏମକେ ଆସନରେ ଆଗୁଆ ଥିବା ବେଳେ ଟିଭିକେ ୧୦୦ ଆସନରେ ଆଗୁଆ ଥିବା ଦେଖାଯାଉଛି । ରାଜ୍ୟରେ ସମସ୍ତଙ୍କ ଉପରେ ଭାରି ପଡିଛି ବିଜୟଙ୍କ ଟିଭିକେ ପାର୍ଟି । ଏକଜିଟ ପୋଲ ଆକଳନ ସତ ହେବା ପରି ମନେ ହେଉଛି । ତାମିଲନାଡୁରେ ଟିଭିକେ ମ୍ୟାଜିକ୍ ଦେଖିବାକୁ ମିଳିଛି । ଦୁଇ ପ୍ରମୁଖ ଦଳ ଡିଏମକେ ଏବଂ AIADMK ପଛରେ ପଡିଛନ୍ତି । ଡିଏମକେ ଗାଦିଚ୍ୟୁତ ହେବା ଆଶଙ୍କା ଦେଖାଦେଇଛି ।
ତାମିଲନାଡୁରେ ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାରେ ନିର୍ବାଚନ ହୋଇଥିଲା । ୨୩୪ ଆସନରେ ମୋଟ ୮୪.୬୯ ପ୍ରତିଶତ ଭୋଟିଂ ହୋଇଥିଲା । ତାମିଲନାଡୁର ୨୩୪ ଆସନ ମଧ୍ୟରୁ ମ୍ୟାଜିକ ସଂଖ୍ୟା ହେଉଛି ୧୧୮ । ରାଜ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ଶାସକ ଡିଏମକେ ମେଣ୍ଟ, ବିଜେପି ମେଣ୍ଟ ଏବଂ ନୂଆକରି ନିର୍ବାଚନକୁ ଓହ୍ଲାଇଥିବା ଅଭିନେତା ବିଜୟଙ୍କର ଟିଭିକେ ମଧ୍ୟରେ ଟକ୍କର ହୋଇଛି । ରାଜ୍ୟରେ ୨୦୨୧ରୁ ଡିଏମ୍କେ ସରକାର ରହିଛି । ତେଣୁ ଡିଏମ୍କେ ମେଣ୍ଟ ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ବିଜେପି ସହ ମେଣ୍ଟ କରିଥିବା ଏଆଇଏଡିଏମକେ ଦୀର୍ଘ ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛି ।
ଏହା ବି ପଢନ୍ତୁ...West Bengal Result 2026; ରୂପାଲି ଗାଙ୍ଗୁଲିଙ୍କଠାରୁ ସାୟନ୍ତିକା ବାନାର୍ଜୀଙ୍କ ଯାଏ...ବଙ୍ଗ ଫାଇଟ୍ରେ ଏହି ତାରକାଙ୍କ ଭ୍ୟଗ୍ୟ ପରୀକ୍ଷା
ରାଜ୍ୟରେ ଆଇନ ଶୃଙ୍ଖଳା, କୁଶାସନ ଓ ଦୁର୍ନୀତି ଭଳି ବଡ ପ୍ରସଙ୍ଗ ରହିଥିବା ବେଳେ ଏଥିରୁ ଏଆଇଏଡିଏମକେ ବିଜେପି ମେଣ୍ଟ ଫାଇଦା ନେବା ଚକ୍କରରେ ଅଛନ୍ତି । ଏକ୍ଜିଟ୍ ପୋଲ୍ ସର୍ଭେରେ ରାଜ୍ୟରେ ଡିଏମ୍କେ ସରକାର ପୁଣି ଫେରିବ ବୋଲି ଆକଳନ କରାଯାଇଛି । ଅନ୍ୟ କେତେକ ସର୍ଭେରେ ଟିଭିକେ କିଙ୍ଗମେକର ହେବ ବୋଲି ଅନୁମାନ ଲଗାଯାଇଛି । ୨୦୨୧ ନିର୍ବାଚନରେ ଡିଏମକେ ନେତୃତ୍ୱାଧୀନ ଏସପିଏକୁ ୧୫୯ ଆସନ ମିଳିଥିଲା । ସେଥିରେ ଡିଏମକେକୁ ୧୩୩, କଂଗ୍ରେସକୁ ୧୮, ଭିସିକେକୁ ୪, ସିପିଏମ୍କୁ ୨ ଓ ସିପିଆଇକୁ ୨ ଆସନ ମିଳିଥିଲା । ସେହିଭଳି ଏନଡିଏକୁ ୭୫ ଆସନ ମିଳିଥିଲା । ସେଥିରେ ଏଆଇଏଡିଏମକେ ୬୬, ବିଜେପି ୪ ଓ ପିଏମକେ ୫ ଆସନ ଲାଭ କରିଥିଲେ ।