ଚେନ୍ନାଇ, ୨୧/୦୫: ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ତାଙ୍କର କ୍ୟାବିନେଟ୍ ସଂପ୍ରସାରଣ କରିବେ । ସହଯୋଗୀ କଂଗ୍ରେସର ୨ ବିଧାୟକଙ୍କୁ ସେଥିରେ ସ୍ଥାନ ମିଳିବ। ସେମାନେ ହେଲେ କଂଗ୍ରେସ ବିଧାୟକ ରାଜେଶ କୁମାର ଏବଂ ଥିରୁ .ପି ବିଶ୍ବନାଥନ।

ଗୁରୁବାର ସକାଳ ୧୦ଟାରେ ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇବେ। ଏଥିସହ କଂଗ୍ରେସ ରାଜ୍ୟର ମନ୍ତ୍ରିମଣ୍ଡଳରେ ଦୀର୍ଘ ୫୯ ବର୍ଷ ପରେ ସାମିଲ ହେବାକୁ ଯାଉଛି। କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏ ସମ୍ପର୍କେ ଏକ୍ସରେ ସୂଚନା ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ବିଧାୟକ ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ତାମିଲନାଡୁ କ୍ୟାବିନେଟ୍ରେ ସାମିଲ ପାଇଁ ମଞ୍ଜୁରୀ ଦେଇଛନ୍ତି।। ଉଭୟ ଗୁରୁବାର ଶପଥ ନେବେ। ଏହା ଆମ ପାଇ ଐତିହାସିକ ଅବସର। କାରଣ ଦୀର୍ଘ ୫୯ ବର୍ଷ ପରେ କଂଗ୍ରେସ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛି। ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ଅନେକ ଶୁଭେଚ୍ଛା। ସେମାନେ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ଲାଗି କାର୍ଯ୍ୟ କରିବେ ବୋଲି ଦୃଢ଼ ବିଶ୍ବାସ ରହିଛି।

ଅଧିକ ପଢ଼ନ୍ତୁ :-  Ministers Meeting: ଆଜି ମନ୍ତ୍ରୀ ପରିଷଦ ବୈଠକ କରିବେ ମୋଦି, ସବୁ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ