ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ରେ ଯୋଗ ଦେଲେ ଷ୍ଟାଲିନ, ବିରୋଧ କଲା ବିଜେପି

Published By : Tapas Panda | August 27, 2025 6:39 PM

ପାଟନା: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବୁଧବାର (୨୭ ଅଗଷ୍ଟ) ବିହାରରେ ପହଞ୍ଚିଥିଲେ। ଉଭୟ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରାରେ ଯୋଗ ଦେବାକୁ ଆସିଛନ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟି ସେମାନଙ୍କ ବିହାର ଯାତ୍ରାକୁ ନେଇ ପ୍ରଶ୍ନ କରିଛି । ବିଜେପି କହିଛି ଯେ, ବିହାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେତାମାନଙ୍କର ଏଠାକୁ ଆସିବାର ଅଧିକାର ନାହିଁ । ବିଜେପି ମୁଖପାତ୍ର ନାରାୟଣ ତିରୁପତି କହିଛନ୍ତି ଯେ, ଯଦି ସାହସ ଅଛି, ତେବେ ନିଜର ବକ୍ତବ୍ୟ ପୁଣି ଥରେ ଦୋହାରାଇବେ। ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ରାଜ୍ୟରେ ବହୁ ବଡ଼ ନେତା ଡେରା ପକାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ଭୋଟର ଅଧିକାର ଯାତ୍ରା କରୁଛନ୍ତି ।
 ରାହୁଲଙ୍କ ଭୋଟର ଅଧିକାର ଯାତ୍ରାରେ ଡିଏମକେ ମୁଖ୍ୟ ଷ୍ଟାଲିନ ଯୋଗ ଦେଇଛନ୍ତି । ଏହାକୁ ନେଇ ବିଜେପି ତାଙ୍କୁ ଚ୍ୟାଲେଞ୍ଜ କରିଛି । ଯଦି ତାଙ୍କର ସାହସ ଅଛି, ତେବେ ବିହାରୀମାନଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ଦୋହରାଇବେ ବୋଲି ବିଜେପି କହିଛି । ଷ୍ଟାଲିନଙ୍କ ସହଯୋଗୀ ଦୟାନିଧି ମାରନ ଡିସେମ୍ବର ୨୦୨୩ରେ ଉତ୍ତର ପ୍ରଦେଶ ଏବଂ ବିହାର ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ ।

 ତାମିଲନାଡୁ ବିଜେପି ମୁଖପାତ୍ର ନାରାୟଣ ତିରୁପତି ଷ୍ଟାଲିନଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ମୁଁ ବିହାର ଯାଉଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରୁଛି । ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ପୁଅ ଉଦୟନିଧିଙ୍କ ବକ୍ତବ୍ୟକୁ ଦୋହରାଇ ଦେଖାନ୍ତୁ । ଉଦୟନିଧି କହିଥିଲେ ଯେ, ସନାତନ ଧର୍ମକୁ ଶେଷ କରିଦିଆଯିବା ଉଚିତ। ଡିଏମକେ ସାଂସଦ ଦୟାନିଧି ମାରନ କହିଥିଲେ ଯେ, ବିହାରୀମାନେ ତାମିଲନାଡୁରେ ଶୌଚାଳୟ ସଫା କରନ୍ତି । ଆପଣ ସେଠାରେ (ବିହାର) ଏହା କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ନାରାୟଣ ତିରୁପତି । 

ଭୋଟ ଅଧିକାର ଯାତ୍ରା'ରେ ଯୋଗ ଦେବା ପରେ ଷ୍ଟାଲିନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ମୁଁ ବିହାରରେ ପହଞ୍ଚିଛି। ଲାଲୁ ପ୍ରସାଦଙ୍କ ମାଟି ଆଖିରେ ନିଆଁ ନେଇ ମୋତେ ସ୍ୱାଗତ କରୁଛି । ଏହି ମାଟି ପ୍ରତ୍ୟେକ ଚୋରି ଭୋଟର ବୋଝ ବହନ କରୁଛି । ମୁଁ ମୋର ଭାଇ ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ଭୋଟର ଅଧିକାର ଯାତ୍ରାରେ ଯୋଗ ଦେଇଛି । ଏହା ଲୋକଙ୍କ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରୁଛି ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.