ଚେନ୍ନାଇ,୧୦।୫: ତାମିଲନାଡୁରେ ଚାରି ଦିନର ରାଜନୈତିକ ସସପେନ୍ସ ପରେ ଶେଷରେ ‘ଥଲପତି’ ସି ଜୋସେଫ୍ ବିଜୟ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ବ୍ଲକବଷ୍ଟର ଫିଲ୍ମ ଭଳି ରାଜନୈତିକ ଅସ୍ଥିରତା ପରେ କ୍ଷମତାକୁ ଆସିଥିବା ବିଜୟ ତାଙ୍କର ପ୍ରଥମ ଭାଷଣରେ ସ୍ପଷ୍ଟ କରିଦେଇଛନ୍ତି ଯେ ତାମିଲନାଡୁରେ କେବଳ ଗୋଟିଏ କ୍ଷମତା କେନ୍ଦ୍ର ରହିବ, ତାହା କେବଳ ସେ। ମୁଖ୍ୟମନ୍ତ୍ରୀ ହେବାପରେ ବିଜୟ କହିଛନ୍ତି, ମୋ ବ୍ୟତୀତ ଆଉ କୌଣସି ପାଓ୍ବାର ସେଣ୍ଟର ରହିବନି। ତାଙ୍କର ଏହି ବୟାନ ଏବେ ମେଣ୍ଟ ସହଯୋଗୀ ଓ ରାଜନୈତିକ ବିରୋଧିଙ୍କ ପାଇଁ ଏହା ଏକ ବଡ ବାର୍ତ୍ତା।
ଶପଥ ଗ୍ରହଣ ସମାରୋହରେ ଏକ ଖାସ୍ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ଯେତେବେଳେ ବିଜୟ ମଞ୍ଚ ଉପରୁ କଂଗ୍ରେସ ସାଂସଦ ଓ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ‘ମାଇଁ ବ୍ରଦର’ ବୋଲି କହି ସମ୍ବୋଧିତ କରିଥିଲେ। ଏହାପରେ ଦୁଇ ନେତା ମଞ୍ଚରେ ଏକାଠି ମୋବାଇଲରେ ସେଲଫି ନେଇଥିଲେ। ଏହା ସହ ଭିଡିଓ ବି ରେକର୍ଡ କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହେଉଛି।
ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ରାହୁଲଙ୍କ ଉପସ୍ଥିତି ତାମିଲନାଡୁ ଓ ରାଷ୍ଟ୍ରୀୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ବଢାଇ ଦେଇଛି। ମଞ୍ଚରୁ ଦୁଇ ନେତାଙ୍କ ଘନିଷ୍ଠତା ସ୍ପଷ୍ଟ ଦେଖିବାକୁ ମିଳିଛି। ରାଜନୈତିକ ଦୁନିଆରେ ଏହାକୁ ନେଇ ବିରୋଧି ଏକଜୁଟ୍ ଓ ଭବିଷ୍ୟତର ବଡ ମେଣ୍ଟର ସଙ୍କେତ ଭାବରେ ଦେଖାଯାଉଛି। କୁହାଯାଉଛି ଯେ, ଥଲପତି ବିଜୟ ନିଜେ ରାହୁଲଙ୍କୁ ଖୁବ୍ ପସନ୍ଦ କରନ୍ତି। ସେ ବ୍ୟକ୍ତିଗତ ଭାବରେ ରାହୁଲ ଗାନ୍ଧୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାର ନିମନ୍ତ୍ରଣ ଦେଇଥିଲେ। ଏହି କାରଣରୁ ନିର୍ବାଚନ ପରିଣାମ ଆସିବାର ତୁରନ୍ତ ପରେ କଂଗ୍ରେସ ସବୁଠାରୁ ପ୍ରଥମେ ଟିଭିକେକୁ ସମର୍ଥନ ଦେବାର ନିଷ୍ପତ୍ତି ନେଇଥିଲା।
VIDEO | Chennai: Tamil Nadu Chief Minister C. Joseph Vijay thanks Congress, VCK, Left parties for extending support to his party to form government.
— Press Trust of India (@PTI_News) May 10, 2026
(Source: Third Party)
(Full video available on PTI Videos - https://t.co/n147TvrpG7) pic.twitter.com/waENXEJtpw
ଶପଥ ଗ୍ରହଣ ପରେ ଟିଭିକେ ମୁଖ୍ୟ ବିଜୟ ତାଙ୍କ ଭାଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ଭାଇ ବୋଲି କହିଥିଲେ। ସେ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ତାଙ୍କ ଉତ୍ସାହପୂର୍ଣ୍ଣ ଭାଷଣରେ ବିଜୟ ଟିଭିକେ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ବିଜୟ କହିଥିଲେ, "ଟିଭିକେ କର୍ମୀମାନଙ୍କୁ ଧନ୍ୟବାଦ, ଆପଣଙ୍କ ବିନା କିଛି ହୁଏ ନାହିଁ। ମୋର ହ୍ୱାଟସଆପ୍ ଯୋଦ୍ଧାଙ୍କୁ ଧନ୍ୟବାଦ।’ ବିଜୟ ତାଙ୍କ ଭାଷଣରେ ଆହୁରି କହିଥିଲେ, ‘ଆସନ୍ତୁ ଏକାଠି ଏକ ନୂତନ ଆରମ୍ଭ କରିବା। ଏହା ଏକ ନୂତନ ଧର୍ମନିରପେକ୍ଷ, ସାମାଜିକ ନ୍ୟାୟ ଯୁଗର ଆରମ୍ଭ। ବର୍ତ୍ତମାନ, ମୁଁ, ମଲ୍ଲିକାର୍ଜୁନ, ମୋ ଭାଇ ରାହୁଲ ଗାନ୍ଧୀ, କେସି ଭେଣୁଗୋପାଳ, ପ୍ରବୀଣ ଚକ୍ରବର୍ତ୍ତୀ, ସିପିଆଇଏମ୍କୁ ଧନ୍ୟବାଦ ପ୍ରଦାନ କରୁଛି।
ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ ରେ ଥଲପତି ବିଜୟଙ୍କ ପାର୍ଟି ତାମିଲାଗା ଭେଟ୍ରି କାଝାଗାମ୍ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା। ତଥାପି, ଦଳ ନିଜ ଦମରେ ସମ୍ପୂର୍ଣ୍ଣ ବହୁମତ ହାସଲ କରିପାରିଲା ନାହିଁ। ଏହା ପରେ, କଂଗ୍ରେସ ଦଳ ବିଜୟଙ୍କୁ ସମର୍ଥନ ଦେଇଥିଲା। ସେଭଳି ବିଦୁଥଲାଇ ଚିରୁଥାଇଗଲ କାଚି (VCK) ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ (IUML) ମଧ୍ୟ ସେମାନଙ୍କର ନିଃସର୍ତ୍ତ ସମର୍ଥନ ଘୋଷଣା କରିଥିଲେ। ଏହି ସହଯୋଗୀ ଦଳର ସମର୍ଥନ ପରେ ବିଜୟଙ୍କ ନେତୃତ୍ବରେ ଥିବା ମେଣ୍ଟ ନିକଟରେ ୧୨୦ ବିଧାୟକଙ୍କ ସମର୍ଥନ ପହଁଞ୍ଚିଛି ଓ ସରକାର ତିଆରି କରିବାର ରାସ୍ତା ସଫା ହୋଇଯାଇଥିଲା।
ଆହୁରି ପଢନ୍ତୁ : ବିଜୟଙ୍କ ଶପଥ ପରେ ତ୍ରିଶାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ....