ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗ୍ରାମୀଣ ଅଞ୍ଚଳରେ ପାଣିର କନେକ୍ସନରେ୫ ଗୁଣା ବୃଦ୍ଧି,ଜଳ ଜୀବନ ମିଶନ୍‌ରେ ସାମନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ରିପୋର୍ଟ

Published By : Harapriya Biswal | October 20, 2024 6:55 PM

ନୂଆଦିଲ୍ଲୀ,୨୦।୧୦:  ଗତ ୫ ବର୍ଷରେ ଭାରତରେ ଗ୍ରାମୀଣ ପରିବାର ପାଇଁ ନଳ ପାଣିର କନେକ୍ସନରେ ୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଏସବିଆଇ ଏକ ରିପୋର୍ଟ ଜାରି କରି ଏହାର ସୂଚନା ଦେଇଛି। ରିପୋର୍ଟରେ ଏହି ପ୍ରଗତିର ଶ୍ରେୟ ଜଳ ଜୀବନ ମିଶନ୍(ଜେଜେଏମ୍‌)କୁ ଦିଆଯାଇଛି। ଏହି ମିଶନ୍‌ର ଆରମ୍ଭ ୧୫ ଅଗଷ୍ଟ ୨୦୧୯ ରେ କରାଯାଇଥିଲା। ଏହାର ଏକମାତ୍ର ଲକ୍ଷ୍ୟ ୨୦୨୪ ପର୍ଯ୍ୟନ୍ତ ଗ୍ରାମୀଣ ଅଞ୍ଚଳର ପ୍ରତ୍ୟେକ ଘରେ ନଳ ପାଣି ଉପଲବ୍ଧ କରିବା।

ରିପୋର୍ଟ ଅନୁସାରେ, ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ନଳ କନେକ୍ସନ କରିଥିବା ଗ୍ରାମୀଣ ପରିବାରର ସଂଖ୍ୟା ବଢି ୧୫.୨୦ କୋଟି ହୋଇଯାଇଛି। ଜେଜେଏମ୍‌ର ଲଞ୍ଚ ବେଳେ କେବଳ ୩.୨୩ ଗ୍ରାମୀଣ ପରିବାର ନିକଟରେ ନଳ ପାଣି କନେକ୍ସନ ଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏଥିରେ ୫ଗୁଣା ବୃଦ୍ଧି ହୋଇଛି। ରିପୋର୍ଟରେ କୁହାଯାଇଛି, ୧୦ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ ଜେଜେଏମ୍‌ ଅନୁସାରେ. ୧୧.୯୬ ଅତିରିକ୍ତ ଘରକୁ ନଳର ନକ୍ସେନ ପ୍ରଦାନ କରାଯାଇଥିଲା। ଏହା ସହ ଏବେ ବର୍ତ୍ତମାନ ସମୟରେ ୧୫.୨୦ କୋଟି ଗ୍ରାମୀଣ ପରିବାର ନଳର କନେକ୍ସନର ଲାଭ ଉଠାଉଛନ୍ତି।

ଗତ ୫ ବର୍ଷରେ ଏହି ମିସନ୍‌ର ଖୁବ୍ ଲାଭ ହୋଇଛି। ଏହାର ଉଦେଶ୍ୟ ୨୦୨୪ ପର୍ଯ୍ୟନ୍ତ ୧୯.୩୪ କୋଟି ପରିବାରକୁ ନଳର କନେକ୍ସନ ମିଳିବ। ଉଲ୍ଲେଖନୀୟ ଯେ, ଗ୍ରାମୀଣ ଅଞ୍ଚଳର ଲୋକଙ୍କ ପର୍ଯ୍ୟନ୍ତ ପିଇବା ଯୋଗ୍ୟ ପାଣି ପହଁଞ୍ଚିବା କାରଣରୁ ଜୀବନର ଗୁଣବତ୍ତାରେ ଖୁବ୍ ସୁଧାର ହୋଇଛି। ଫଳରେ ସ୍ବାସ୍ଥ୍ୟ ପରିଣାମରେ ସୁଧାର ହୋଇଛି ଓ ସ୍ବସ୍ଥ ପାଣି କାରଣରୁ ଜଳରୁ ହେଉଥିବା ବିପଦ କମ୍ ହୋଇଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.