ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିନା ନୋଟିସରେ ବିଦ୍ୟୁତ୍ ସଂଯୋଗ କାଟିଲା ଟାଟା ପାୱାର, ପ୍ରତିବାଦରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

Published By : Krishna Priya | March 30, 2025 11:58 AM

ସୁବର୍ଣ୍ଣପୁର ୩୦/୦୩: ସୁବର୍ଣ୍ଣପୁର ଜିଲ୍ଲାରେ ଟାଟା ପାୱାରର ମନମାନି। ବିନା ନୋଟିସରେ କାଟି ଦେଲେ ଗ୍ରାମବାସୀଙ୍କ ବିଦ୍ୟୁତ୍ ସଂଯୋଗ । ଜବର ଦସ୍ତି ଟଙ୍କା ଆଦାୟ କରିବାକୁ ଧମକ ଦେଲେ ସମୟ ନଦେଇ ସିଧା ସଳଖ ସଂଯୋଗ ବିଚ୍ଛିନ୍ନ କରିଥିବା ଅଭିଯୋଗ । ଫଳରେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ବୀରମହାରାଜପୁର ବ୍ଲକର ବହଳପଦର୍ ଗ୍ରାମବାସୀ । ବୀରମହାରାଜପୁର - ଚାରମାଳ ରାସ୍ତାର ବହଳପଦର ଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଯାତାୟତ ବାଧାପ୍ରାପ୍ତ। 

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଟାଟା କମ୍ପାନୀର କର୍ମଚାରୀ ମାନେ ବହଳପଦର ଗାଁକୁ କିଛି ଦିନ ତଳେ ବିଦ୍ୟୁତ୍ ବକେୟା ବିଲ ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ ପ୍ରତି ଗ୍ରାହକ ପିଛା ୨ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଗ୍ରାମବାସୀ ପ୍ରତି ମାସରେ ନଗଦ ବିଲ ଦେଉ ଥିବାରୁ ହଜାରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ ଦୁଇ ହଜାର ଟଙ୍କା ଦେବେ ନଚେତ୍ ବିଦ୍ୟୁତ୍ କାଟି ଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ଗତକାଲି ହଠାତ୍ ବିନା ସୂଚନାରେ ବିଦ୍ୟୁତ୍ ବିଚ୍ଛିନ୍ନ କରିଥିବା ଅଭିଯୋଗ ହୋଇଛି । 

ଏବେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଗାଁ ଗାଁ ରେ ପାଣି ସମସ୍ୟା ରହିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଚ୍ଛିନ୍ନ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। କେବଳ ସେତିକି ନୁହେଁ ବକେୟା ବିଦ୍ୟୁତ୍ ବିଲ ସଂଗ୍ରହ ନହେଲେ ବି ବିଦ୍ୟୁତ୍ ବିଚ୍ଛିନ୍ନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ। ହେଲେ ସରକାରଙ୍କ ନିର୍ଦ୍ଦେଶ ବି ମାନୁନାହାନ୍ତି ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ । ତେବେ ବିଦ୍ୟୁତ୍ ସଂଯୋଗ ନହେବା ଯାଏଁ ଧାରଣା ରୁ ହଟିବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.