ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ସମନ୍ୱିତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ୍ ବଂଟନରେ ବିପ୍ଳବ ଆଣିଛି। ଓଡ଼ିଶା ସରକାରଙ୍କ ସହ ମିଳିତ ଉଦ୍ୟମରେ ଟାଟା ପାୱାର ୪ଟି ଡିସକମ୍ ଯଥା ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌, ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ପରିଚାଳନା କରୁଛି।

ଟିପି ଓଡ଼ିଶା ଡିସକମଗୁଡ଼ିକ ଉଭୟ ଗ୍ରାମୀଣ ପରିବାର ଓ ଶିଳ୍ପ କେନ୍ଦ୍ରକୁ ଭରସାଯୋଗ୍ୟ ବିଜୁଳି ପହଂଚାଇ ରାଜ୍ୟକୁ ଶକ୍ତି ଯୋଗାଉଛନ୍ତି। ଗତ ୩-୪ ବର୍ଷ ମଧ୍ୟରେ କମ୍ପାନି ଭିତିଭୂମି ସମ୍ପ୍ରସାରଣ ଏବଂ ବାତ୍ୟା ମୁକାବିଲା ନେଟୱାର୍କ ନିର୍ମାଣରେ ୪୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରିଛି ଯାହା ଦ୍ୱାରା ଘରୋଇ, ଶିଳ୍ପ ଏବଂ କୃଷି ସମେତ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ।

ଓଡ଼ିଶାରେ ଡିସକମଗୁଡ଼ିକର ପଦକ୍ଷେପର ମେରୁଦଣ୍ଡ ହେଉଛି ପ୍ରଯୁକ୍ତି। ନିରବଚ୍ଛିନ୍ନ ପରିଚାଳନା ଏବଂ ଦ୍ରୁତ ସମସ୍ୟା ସମାଧାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଡିସକମ ଉନ୍ନତ ପ୍ରଣାଳୀ ସମେତ ଅନେକ ସୂଚନା ଏବଂ ପରିଚାଳନା ପ୍ରଯୁକ୍ତିକୁ ସମନ୍ୱିତ କରିଛନ୍ତି। ସେଗୁଡ଼ିକ ହେଉଛି କେନ୍ଦ୍ରୀୟ ଏବଂ ଅଂଚଳ ନିର୍ଦ୍ଦିଷ୍ଟ ପାୱାର ସିଷ୍ଟମ ନିୟନ୍ତ୍ରଣ କେନ୍ଦ୍ର ଯାହା ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ ଏବଂ ରିମୋଟ୍ ନିୟନ୍ତ୍ରଣକୁ ସକ୍ଷମ କରୁଛି। ନେଟୱାର୍କ୍ ମ୍ୟାପିଂ ଏବଂ ପୂର୍ବାନୁମାନ ରକ୍ଷଣାବେକ୍ଷଣ ପାଇଁ ସୁପରଭାଇଜରୀ ନିୟନ୍ତ୍ରଣ ଏବଂ ଡାଟା ଅଧିଗ୍ରହଣ (ଏସସିଏଡିଏ) ଏବଂ ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍‌), ବିଶ୍ୱସନୀୟତା ଏବଂ ଦକ୍ଷତା ଉନ୍ନତ କରିବା ପାଇଁ ଡ୍ରୋନ-ଆଧାରିତ ତଦାରଖ ଏବଂ ଏଲଟି ସୁରକ୍ଷା ପ୍ରଣାଳୀ, ଏସଏପି ଏକୀକରଣ, ସ୍ମାର୍ଟ ମିଟର ପ୍ରତିଷ୍ଠା, ସମନ୍ୱିତ କଲ୍ ସେଂଟର ଇତ୍ୟାଦି ସେଥିରେ ସାମିଲ ରହିଛି।

ଓଡ଼ିଶାର ବିଶାଳ ସୌର ଶକ୍ତି କ୍ଷମତାକୁ ଉପଯୋଗ କରି ୨୦୦ ଗିଗାୱାଟ (ଜିଡବ୍ଲୁ)ରୁ ଅଧିକ ବିଦ୍ୟୁତ୍ ଯୋଗାଣ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏଥିରେ ଗ୍ରାଉଣ୍ଡ ମାଉଟେଂଡ୍ ସିଷ୍ଟମରୁ ପ୍ରାୟ ୧୩୮ ଗିଗାୱାଟ ଏବଂ ଭାସମାନ ସୋଲାର ସ୍ଥାପନରୁ ୩୩.୫ ଗିଗାୱାଟ ଅନ୍ତର୍ଭୁକ୍ତ। ରାଜ୍ୟ ୧୦ ଗିଗାୱାଟ ରୁଫ୍ ଟପ୍ ସୌର କ୍ଷମତାକୁ ମଧ୍ୟ ସମର୍ଥନ କରିପାରିବ। ଟାଟା ପାୱାର ବୁଥ୍ ଫ୍ଲୋଟିଂ ସୋଲାର ଏବଂ ରୁଫ୍ ଟପ୍ ସୋଲାରରେ ପାରଦର୍ଶିତା ପ୍ରମାଣିତ କରିଛି।

ନିରନ୍ତର ବିକାଶ ଏବଂ ଗ୍ରାହକ ସନ୍ତୋଷ ପାଇଁ କମ୍ପାନିର ଅତୁଟ ପ୍ରତିବଦ୍ଧତା କେବଳ ଓଡ଼ିଶାକୁ ବଦଳାଉନାହିଁ ବରଂ ଏକ ସବୁଜ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ ଭାରତର ଯାତ୍ରାରେ ଯୋଗଦାନ କରୁଛି।