ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ନିୟମ ଭାଙ୍ଗି ନେଇଥିଲେ ନିଷ୍ପତ୍ତି; ଛଟେଇ ଘୋଷଣା କରି ଅଡୁଆରେ TCS, ମାମଲା ରୁଜୁ

Published By : Harapriya Sethi | July 31, 2025 12:25 PM

ନୂଆଦିଲ୍ଲୀ, ୩୧/୦୭: ସୁରକ୍ଷିତ ନିଯୁକ୍ତି ପାଇଁ ଜଣାଶୁଣା ଟେକ୍ କମ୍ପାନି TCS ଏବେ ନିଜ ନିଷ୍ପତ୍ତିରେ ନିଜେ ଫସିଛି । ଛଟେଇ ଘୋଷଣା କରି ଅଡ଼ୁଆରେ ପଡ଼ିଛି ଟାଟା କନସଲଟାନ୍ସି ସର୍ଭିସ୍ । ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିବା ପରେ କମ୍ପାନି ନାଁରେ ମାମଲା ରୁଜୁ ହୋଇଛି । ଏମ୍ପୋଇଜ୍ ୟୁନିୟନ ପକ୍ଷରୁ ଏହି କେସ୍ ଦିଆଯାଇଛି ।  କମ୍ପାନି କହିଛି ଯେ ଭବିଷ୍ୟତକୁ ସୁଦୃଢ଼ କରିବା, ନୂତନ ପ୍ରକାର ଡମାଣ୍ଡ ଆଧାରରେ ନିଜକୁ ପ୍ରସ୍ତୁତ କରିବା ଏବଂ ପ୍ରଯୁକ୍ତିବିଦ୍ୟା ସହ ସାମଞ୍ଜସ୍ୟ କରିବା ଭଳି ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ IT କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।  

ଆଇଟି ୟୁନିୟନ୍ ଲେବର୍ କମିଶନରଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି । ୟୁନିୟନ୍ କହିଛି ଯେ,TCS ନିୟମର ଉଲ୍ଲଙ୍ଘନ କରି ଛଟେଇ କରିବାର ନିଷ୍ପତ୍ତି ନେଇଛି । ୧୯୪୭ର ଇଣ୍ଡଷ୍ଟ୍ରିଆଲ ଡିସ୍ପୁଟ୍ସ ଆକ୍ଟ ଅନୁସାରେ, କମ୍ପାନୀ ଉପରେ ଏହି ଦୋଷାରୋପ କରାଯାଇଛି । TCS କହିଛି ଯେ, ୨୦୨୬ ଆର୍ଥିକ ବର୍ଷରେ କମ୍ପାନୀ ତାର କର୍ମଚାରୀଙ୍କ ମଧ୍ୟରୁ ୨ ପ୍ରତିଶତ କମ୍ କରିବ । ଅର୍ଥାତ ୧୨ ହଜାର ଲୋକଙ୍କ ଚାକିରି ଚାଲିଯିବ । ଏହି ନିଷ୍ପତ୍ତି ବିରୁଦ୍ଧରେ କର୍ଣ୍ଣାଟକ ଆଇଟି ୟୁନିୟନ୍‌ର ପ୍ରତିନିଧିମାନେ ଆଡିସନାଲ ଲେବର କମିଶନର ମଞ୍ଜୁନାଥଙ୍କୁ ଭେଟି କର୍ମଚାରୀମାନଙ୍କ ସମସ୍ୟା ବିଷୟରେ ଜଣାଇଛନ୍ତି । ଯାହା ପରେ ମାମଲା ରୁଜୁ ହୋଇଛି । 

ଇଣ୍ଡଷ୍ଟ୍ରିଆଲ ଡିସ୍ପୁଟ୍ସ ଆକ୍ଟର ଉଦାହରଣ ଦେଇ ଏହି କର୍ମଚାରୀମାନେ କହିଛନ୍ତି ଯେ, ଯଦି କୌଣସି କମ୍ପାନୀରେ ୧୦୦ ରୁ ଅଧିକ କର୍ମଚାରୀ ଥାଆନ୍ତି ତେବେ, ଛଟେଇ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ଆବଶ୍ୟକ । ଏଥିପାଇଁ କିଛି ନିୟମ ରହିଛି । ୟୁନିୟନ୍ କହିଛି ଯେ,TCS ମ୍ୟାନେଜମେଣ୍ଟ ସେହି ନିୟମଗୁଡ଼ିକୁ ଉଲ୍ଲଙ୍ଘନ କରିଛି । ତେଣୁ ଯେଉଁ ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୟୁନିୟନ୍ ଦାବି କରିଛି । ୟୁନିୟନ୍ ଏହା ମଧ୍ୟ କହିଛି ଯେ, ଲେବର୍ ଡିପାର୍ଟମେଣ୍ଟକୁ ଏହି ମାମଲାରେ ତୁରନ୍ତ ନ୍ୟାୟ ଦେବା ଉଚିତ୍ । ଯାହା ଫଳରେ ଛଟେଇ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ଉଚିତ ନ୍ୟାୟ ମିଳିପାରିବ । 

ଏହାରି ମଧ୍ୟରେ ଶ୍ରମ ବିଭାଗ କହିବା ଅନୁଯାୟୀ, ଖୁବ୍ ଶୀଘ୍ର TCSର ମ୍ୟାନେଜମେଣ୍ଟ ବିଭାଗ ସହ ବୈଠକ ହେବ । ଏଭଳି ନିଷ୍ପତ୍ତି କାହିଁକି ନିଯାଆଇଛି, ସେ ବିଷୟରେ ଆଲୋଚନା କରାଯିବ । ବର୍ତ୍ତମାନ ଏହି ବୈଠକର ତାରିଖ ଧାର୍ଯ୍ୟ ହୋଇନାହିଁ ହେଲେ ଯଥାଶୀଘ୍ର ଏହି ବୈଠକ ଅନୁଷ୍ଠିତ ହେବ ବୋଲି କର୍ଣ୍ଣାଟକର ଶ୍ରମମନ୍ତ୍ରୀ କହିଛନ୍ତି । ସେପଟେ ୟୁନିୟନ୍ କହିଛି ଯେ, ଯଦି ଏଭଳି ଭାବରେ ନିୟମର ଉଲ୍ଲଙ୍ଘନ କରି ଛଟେଇ କରାଯାଏ, ତେବେ ଭବିଷ୍ୟତରେ ଏହା ଏକ ବିପଦଜନକ ଟ୍ରେଣ୍ଡ ସେଟ୍ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.