ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ ପ୍ରସଙ୍ଗ : ରାଜ୍ୟ ସରକାରଙ୍କ ଠାରୁ ଜବାବ ଲୋଡିଲେ ହାଇକୋର୍ଟ

Published By : Suraj Kumar | July 31, 2025 7:48 PM

କଟକ, ୩୧।୭ :  ସାଂସଦ ଏବଂ ବିଧାୟକମାନେ ୧୫ ଜଣ ଲେଖାଏଁ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରି ପାରିବା ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି ହାଇକୋର୍ଟ। ତେବେ  ଆବେଦନକାରୀ ୨ ଜଣ ଶିକ୍ଷକଙ୍କ ବଦଳି ନିର୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରୀ କରିଛନ୍ତି ହାଇକୋର୍ଟ।  ଗତ ମେ ମାସ ୧୩ ତାରିଖରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିର ବୈଧତା ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

 ନର୍ଲା ଅଞ୍ଚଳର ରଞ୍ଜନ କୁମାର ତ୍ରିପାଠୀଙ୍କ ସହ ଆଉ ଜଣେ ଶିକ୍ଷକ ଜନ ପ୍ରତିନିଧିଙ୍କ ସୁପାରିଶ କ୍ରମେ ଅନ୍ୟ ସ୍କୁଲକୁ ବଦଳି ହୋଇଥିଲେ। କିନ୍ତୁ ରାଜନୈତିକ ଉଦ୍ୟେଶ୍ୟ ରଖି ସେମାନଙ୍କୁ ବଦଳି କରାଯାଇଥିବାର ଅଭିଯୋଗ ଆଣି ଉଭୟ ଶିକ୍ଷକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋର୍ଟ ସେମାନଙ୍କ ବଦଳି ଉପରେ ଅନ୍ତରୀଣ ରହିତାଦେଶ ଜାରୀ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ମେ ମାସ ୧୩ ତାରିଖରେ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.