ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶେଷ ମ୍ୟାଚ ହାରି ବି ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ, ଇଂଲଣ୍ଡରେ ଇତିହାସ ରଚିଲା ଇଣ୍ଡିଆ

Published By : Ankita S | July 13, 2025 8:59 AM

ନୂଆଦିଲ୍ଲୀ,୧୩/୦୭: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଛି ଭାରତୀୟ ମହିଳା ଦଳ । ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌କୁ ୩-୨ ଗୋଲରେ ଜିତିଛି ଭାରତ । ଶେଷ ମ୍ୟାଚ ହାରି ବି ସିରିଜ ଜିତି ଇତିହାସ ରଚିଛି ମହିଳା କ୍ରିକେଟ ଟିମ୍‌ । ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ୫ ୱିକେଟ୍‌ରେ ପରାସ୍ତ ହୋଇଛି ଭାରତ । ୧୦ ୱିକେଟ ନେଇଥିବା ଶ୍ରୀ ଚରଣୀ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

ଶେଷ ଟି-୨୦ ମ୍ୟାଚ ରେଜଲ୍ଟ- ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ ରନ୍‌ କରିଥିଲା । ଶେଫାଳି ବର୍ମା ୪୧ବଲରେ ୭୫ ରନ୍‌ର ଦମଦାର ଇନିଂସ ଖେଳିଥିଲେ । ସେହିପରି ରିଚା ଘୋଷ ୨୪ ରନ୍ କରିଥିଲେ । ଇଂଲଣ୍ଡର ଚାର୍ଲି ଡିନ୍ ୨୩ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ । ଘରୋଇ ଦଳକୁ ୧୬୮ରନ୍‌ର ଟାର୍ଗେଟ ଦେଇଥିଲା ଭାରତ । ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇଂଲଣ୍ଡ ।  ଘରୋଇ ଦଳର ଏହା ସବୁଠୁ ବଡ଼ ଟି-ଟ୍ୱେଣ୍ଟି ରନ୍‌ ଚେଜ୍‌ କରିବାରେ ସଫଳ ହୋଇଥିଲା । ଘରୋଇ ଦଳର ସୋଫିଆ ଡଙ୍କଲି ଏବଂ  ଡାନିଏଲ ୱାଟ୍‌-ହଜ୍‌ ଯୋଡ଼ି ଚମର୍କାର ପ୍ରଦର୍ଶନ କରିଥିଲେ । ସୋଫିଆ ୪୬ ରନ୍‌ ଓ ଡାନିଏଲ ୫୬ ରନ୍‌ କରିଥିଲେ । ଏହାବାଦ୍ ଅଧିନାୟିକା ଟାମି ବିଉମୋଣ୍ଟ ୩୦ରନ୍‌ କରିଥିଲେ । ୩ ୱିକେଟ ନେଇଥିବା ଚାର୍ଲି ଡିନ୍‌ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ପ୍ରଥମ ଥର ଜିତିଲା ସିରିଜ- ୨୦୦୬ ମସିହାରେ ଡର୍ବିରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେବେଠାରୁ, ଭାରତୀୟ ଦଳ ଘରୋଇ ଏବଂ ବିଦେଶୀ ମାଟିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍ କେବେ ଜିତିନାହିଁ। କିନ୍ତୁ ଏଥର ଟିମ୍ ଇଣ୍ଡିଆ ପୂର୍ବ ପରାଜୟକୁ ଭୁଲି ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିଛି। ୨୦ ବର୍ଷୀୟ ଶ୍ରୀଚରଣୀଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ଡେବ୍ୟୁ ସିରିଜ୍‌ରେ ୫ ମ୍ୟାଚ୍‌ରେ ୧୦ ୱିକେଟ୍ ନେବାର ସଫଳତା ହାସଲ କରିଥିଲେ। ଟି-୨୦ ସିରିଜ୍‌ ଜିତିବା ପରେ, ଟିମ୍ ଇଣ୍ଡିଆ ଜୁଲାଇ ୧୬ରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଆୟୋଜକ ଇଂଲଣ୍ଡକୁ ଭେଟିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.