ନୂଆଦିଲ୍ଲୀ : ହୋଲି ଦିନ ୧୪ ମାର୍ଚ୍ଚରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାର ସରକାରଙ୍କର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କର ଗୋଟେପଟେ ବଡ଼ିଗାର୍ଡକୁ ଡ୍ୟାନ୍ସ କରାଇବା ଭିଡ଼ିଓ ଭାଇରାଲ ହୋଇଥିବା ବେଳେ, ଆଉ ଗୋଟେ ପଟେ ବିନା ହେଲମେଟ୍‌ରେ ସ୍କୁଟି ଚଲାଇବାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଏବେ ପୁଲିସ୍‌ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। 

ତେଜ ପ୍ରତାପ ଯାଦବ ମୁଖ୍ୟମନ୍ତ୍ରୀ ଆବାସ ବାହାରେ ହେଲମେଟ୍‌ ନପିନ୍ଧି ସ୍କୁଟି ଚଲାଉ ଥିଲେ। ଏହା ପରେ ଏବେ ଟ୍ରାଫିକ୍‌ ପୁଲିସ ବିନା ହେଲମେଟ୍‌ରେ ସ୍କୁଟି ଚଲାଇବା କାରଣରୁ ତେଜ ପ୍ରତାପ ଯାଦବଙ୍କର ୪ ହଜାର ଟଙ୍କାର ଚାଲାଣ କଟିଛି। କୁହାଯାଉଛି ଯେ , ସ୍କୁଟରର ଇନ୍ସୁରାନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ମଧ୍ୟ ସମାପ୍ତ ହୋଇ ଯାଇ ଥିଲା। 

ଟ୍ରାଫିକ୍‌ ପୁଲିସ୍‌ ତେଜ ପ୍ରତାପ ଯାଦବଙ୍କର ୪ହଜାର ଟଙ୍କାର ଚାଲାଣ କାଟିଛି। ଏହି ୪ ହଜାର ଟଙ୍କାର ଚାଲାଣରେ ୧୦୦୦ ଟଙ୍କାର ଚାଲାଣ ହେଲମେଟ୍‌ ପିନ୍ଧି ନଥିବା , ୨୦୦୦ଟଙ୍କାର ଚାଲାଣ ଇନ୍ସୁରାନ୍ସ ନଥିବା ଓ ୧୦୦୦ ଟଙ୍କାର ଚାଲାଣ ପଲ୍ୟୁସନ ଶେଷ ହେବା କାରଣରୁ ଲଗାଇଛନ୍ତି। 

କହି ରଖୁଛୁ କି , ହୋଲିରେ ତେଜ ପ୍ରତାପ ଯାଦବଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହେଉଥିଲା। ଯେଉଁଥିରେ  ନିଜ ଆବାସରେ ନିଜ ଆବାସରେ ଆୟୋଜିତ ହୋଲି କାର୍ଯ୍ୟକ୍ରମ ବେଳେ ବର୍ଦ୍ଦିରେ ଠିଆ ହୋଇଥିବା ନିଜର ବଡ଼ିଗାର୍ଡ ଦୀପକଙ୍କ ନାଁ ନେଇ ତାଙ୍କୁ ଠୁମକା ଲଗାଇବା ଅର୍ଥାତ୍‌ ଡ୍ୟାନ୍ସ କରିବାକୁ କହି ଥିଲେ । ଏହାସହ ଏହା ମଧ୍ୟ କହିଥିଲେ କି ଯଦି ଡ୍ୟାନ୍ସ ନକରିବେ ତ ସସପେଣ୍ଡ କରି ଦିଆ ଯିବ। ଏହାପରେ ବଡ଼ିଗାର୍ଡ ବର୍ଦ୍ଦିରେ ଡ୍ୟାନ୍ସ କରି ଥିଲେ। 

ଏହାକୁ ନେଇ ଏବେ ପାଟନା ପୁଲିସ ଅଧିକ୍ଷକ କାର୍ଯ୍ୟାଳୟ ସିପାହୀ ଦୀପକଙ୍କ ଉପରେ ଆକ୍ସନ ନେଇଛି। ଦୀପକଙ୍କୁ ତେଜ ପ୍ରତାପଙ୍କ ସୁରକ୍ଷାରୁ ହଟେଇ ଦିଆ ଯାଇଛି ଏବଂ ବଡ଼ିଗାର୍ଡଙ୍କୁ ଲାଇନ୍‌ ହାଜିର ମଧ୍ୟ କରି ଦିଆ ଯାଇଛି। ଉଲ୍ଲେଖନୀୟ ଯେ, ତେଜ ପ୍ରତାପଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ରାଜନୀତିକ ପାର୍ଟିଙ୍କ ପକ୍ଷରୁ ତାଙ୍କ ଉପରେ ହମଲା କରାଯାଇଛି। ସମସ୍ତେ ତାଙ୍କର ଏହି ପ୍ରକାରର ହରକତ ପାଇଁ ନିନ୍ଦା କରିଛନ୍ତି। 


ଏହାସହ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେଜ ପ୍ରତାପ ଯାଦବ ଏହାକୁ ନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ଏକ୍ସରେ ପୋଷ୍ଟ କରି ସଫେଇ ଦେବା ସହ ବିଜେପି ଓ ଆରଏସଏସ ଉପରେ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । କହିଛନ୍ତି , ହୋଲି ପର୍ବକୁ ବିଜେପି ଓ ଆରଏସଏସ ଘୃଣାର ନୂଆ ରଙ୍ଗ ଦେଇଛନ୍ତି। ପୁଲିସ ଭାଇ ମାନେ ବା କୌଣସି ବିରୋଧୀ ଦଳ ନେତା ଖରାପ ଭାବିବେନି , ସବୁଠୁ ଉତ୍ସାହର ଏହି ହୋଲି ପର୍ବ ପାଳନରେ ବି ରାଜନୀତି କରିବା ତାଙ୍କ ଧର୍ମ ହୋଇ ଯାଇଛି।