ପାଟନା,୧।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଜନ୍ମଦିନ ଅବସରରେ ପ୍ରାୟ ୬ ମାସ ପରେ ୧୦ ସର୍କୁଲାର ରୋଡରେ ପହଁଞ୍ଚିଥିଲେ ତେଜପ୍ରତାପ ଯାଦବ। ସେ ତାଙ୍କ ମା’ ରାବ୍ରୀ ଦେବୀଙ୍କ ସହ କେକ୍ କାଟିଥିଲେ ଓ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍କା ଯାଦବଙ୍କ ସହ ପ୍ରେମ ସମ୍ପର୍କ ମାମଲା ସାମନାକୁ ଆସିବା ପରେ ଲାଲୁ ଯାଦବ ତାଙ୍କୁ ପାର୍ଟି ଓ ପରିବାରରୁ ବାହାର କରିଦେଇଥିଲେ। ବର୍ତ୍ତମାନ ଲାଲୁ ଦିଲ୍ଲୀରେ ଅଛନ୍ତି ଓ ତେଜସ୍ବୀ ଯାଦବ ବିଦେଶରେ ଅଛନ୍ତି। ଏହା ସହ ସେ ‘ଏକ୍ସ’ରେ ମା’ ରାବ୍ରୀ ଦେବୀଙ୍କ ସହ  ଫଟୋ ଏବଂ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ମା’ଙ୍କୁ ଘରର ଆତ୍ମା ବୋଲି କହିଛନ୍ତି।

ଏହି ସାକ୍ଷାତ ସ ଫଟୋ ସହ ତେଜପ୍ରତାପ ଏକ୍ସରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆପଣ ଆମ ପରିବାରର ଆତ୍ମା। ପ୍ରତ୍ୟେକ ହସ ଓ ପ୍ରତ୍ୟେକ ପ୍ରାର୍ଥନା ଓ ପ୍ରତ୍ୟେକ କ୍ଷଣ ପଛରେ ଆପଣଙ୍କ ଅବଦାନ ରହିଛି, ଯାହା ଘର ଭଳି ଶାନ୍ତି ପ୍ରଦାନ କରେ। ଆମେ ଯେଉଁ ଜୀବନ ବଞ୍ଚୁଛୁ, ତାହା ଭଲ ପାଇବାରେ ଭରା। ଆପଣଙ୍କ କାରଣରୁ ଅସ୍ତିତ୍ବରେ ରହିଛୁ। ଆପଣ ସବୁକିଛି ସେ ପର୍ଯ୍ୟନ୍ତ ସମ୍ଭାଳିକି ରଖିଲେ, ଯେଉଁ ପର୍ଯ୍ୟନ୍ତ ଏହା ଆମକୁ ଜଣା ବି ନଥିଲା ସମ୍ଭାଳିକି ରଖିବା ଅର୍ଥ କ’ଣ ?

ଏହାପରେ ସେ ଲେଖିଛନ୍ତି, ଆପଣ ମୋର ସବୁଠାରୁ ଗଭୀର ପ୍ରେରଣା। ଆପଣ ନିସର୍ତ୍ତରେ ଭଲ ପାଇବା ଦେଇଛନ୍ତି, ଆମ ସହ ଠିଆ ହୋଇ ରହିଛନ୍ତି। କୁହାଯାଏ ଯେ, ଯେତେବେଳେ ଭଗବାନ ସବୁଠି ଏକାସାଙ୍ଗରେ ରହିପାରନ୍ତି ନି, ସେତେବେଳେ ମା’କୁ ପଠାଇଥାନ୍ତି। ଆମେ ସବୁ ବହୁତ ଭାଗ୍ୟବାନ, କାରଣ ଆମ ପାଖରେ ଆପଣ ଅଛନ୍ତି।’

ଆହୁରି ପଢନ୍ତୁ :ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଜୀଅନ୍ତା ଜାଳିବାକୁ ଚେଷ୍ଟା, ଛୁରୀ ଭୁଶିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ