ନୂଆଦିଲ୍ଲୀ,୨୫/୦୧: ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ କରାଯାଇଛି । ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କର ନିର୍ବାଚନକୁ ଅନୁମୋଦନ କରିଛି । ଏହି ବୈଠକ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲାଲୁ ଯାଦବଙ୍କ ସମେତ ପତ୍ନୀ ରାବରୀ ଦେବୀ ଏବଂ ସୀମା ଭାରତୀଙ୍କ ସମେତ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ବିହାର ପ୍ରଦେଶ ଅଧ୍ୟକ୍ଷ ମଙ୍ଗନୀ ଲାଲ ମଣ୍ଡଳ ତେଜସ୍ୱୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିଛନ୍ତି ।​​​​​​​ ତେଜସ୍ୱୀଙ୍କୁ ନୂଆ  ସଭାପତି ଘୋଷଣା ପରେ ଆରଜେଡି ଏକ୍ସରେ ତେଜସ୍ୱୀ ରାଷ୍ଟ୍ରୀୟ ଜନତା ଦଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ନୂଆ ଯୁଗର ଆରମ୍ଭ ବୋଲି ଲେଖିଛି  ।

ଏହା ବି ପଢନ୍ତୁ...୩୧ ସିବିଆଇ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ଓ ପୁଲିସ ପଦକ ସମ୍ମାନ

ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ପୁଅକୁ ଦଳର ନେତୃତ୍ୱ ହସ୍ତାନ୍ତର କରିଛନ୍ତି । ରବିବାର ରାଷ୍ଟ୍ରୀୟ ଜନତା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଆରଜେଡି ବିଧାୟକମାନେ କହିଛନ୍ତି ଯେ, ଏହି ବୈଠକ ସାଂଗଠନିକ କାର୍ଯ୍ୟ ପାଇଁ ହୋଇଥିଲା । ଯଦିଓ ଏହା ପୂର୍ବରୁ, ତେଜସ୍ୱୀ ଯାଦବଙ୍କ ଭଉଣୀ ଓ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ତେଜସ୍ୱୀ ଯାଦବଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । 

ରାଜ୍ୟ ବିଧାନସଭା ନିର୍ବାଚନ ପରେ ଆରଜେଡିର ଏହା ପ୍ରଥମ ବୈଠକ । ବୈଠକରେ, ରାଜ୍ୟ ବିଧାନସଭା ନିର୍ବାଚନରେ ​​RJDର ଖରାପ ପ୍ରଦର୍ଶନ ଉପରେ ଏକ ରିପୋର୍ଟ ଆଧାରରେ ତେଜସ୍ୱୀ ଯାଦବ ପ୍ରାୟ ୩୦୦ ଦଳୀୟ ନେତା ଏବଂ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରନ୍ତି । ଆରଜେଡି ରାଜ୍ୟ ସଭାପତି ମାଙ୍ଗନି ଲାଲ ମଣ୍ଡଳ ତେଜସ୍ୱୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଆରଜେଡି ରାଜ୍ୟ ସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ପଦବୀ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଗତବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ତେଜସ୍ୱୀ ପ୍ରଥମ ଥର ପାଇଁ  ଦଳୀୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।