ପ୍ରମୂଖ ଖବର
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପ୍ଲେନ୍ କ୍ରାସ୍ ବେଳେ ୧୦୦୦ ଡିଗ୍ରୀ ଟପିଥିଲା ତାପମାତ୍ରା, ଭସ୍ମ ହୋଇଗଲେ ପଶୁ-ପକ୍ଷୀ, ବର୍ତ୍ତିପାରିଲେନି କେହି

Published By : Rasmita Pradhan | June 13, 2025 11:03 AM

ଅହମ୍ମଦାବାଦ, ୧୩/୬ : ପୁରା ଦେଶକୁ ସ୍ତବ୍ଧ କରିଦେଇଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା। ଗୁରୁବାର ଅପରାହ୍ନ ୧ଟା ୩୮ ମିନିଟ୍‌ରେ ଟେକ୍‌ଅଫ୍‌ର ମାତ୍ର ୩୦ ସେକେଣ୍ଡ ମଧ୍ୟରେ କ୍ରାସ୍ ହୋଇଯାଇଛି ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ। ଏହି ଦୁର୍ଘଟଣାରେ ଚାଲିଯାଇଛି ୨୬୫ ଜଣଙ୍କ ଜୀବନ। ଏଥିରୁ ଜଣାପଡ଼ୁଛି ଘଟଣା ବେଳର ଭୟାବହତା। ବିମାନ ଦୁର୍ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ପ୍ଲେନ୍‌ କ୍ରାସ୍ ହେବା ସମୟରେ ବିମାନ ଭିତରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୦୦୦ ଡିଗ୍ରୀ ଟପିଥିଲା ତାପମାତ୍ରା। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା। ଦୁର୍ଘଟଣାସ୍ଥଳରେ ତାପମାତ୍ରା ଏତେ ବଢିଗଲା ଯେ, ପଶୁ ପକ୍ଷୀମାନେ ମଧ୍ୟ ଜଳି ଭସ୍ମ ହୋଇଗଲେ।

ଅଗ୍ନିଶମ ବାହିନୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନରେ ଥିବା ଇନ୍ଧନ ଟ୍ୟାଙ୍କ୍ ଫାଟିଯିବା ଯୋଗୁଁ ତାପମାତ୍ରା ହଜାରେ ଡିଗ୍ରୀ ଟପିଯାଇଥିଲା। ଯେଉଁଥିପାଇଁ ଜଣଙ୍କୁ ଛାଡ଼ି ଏହି ଦୁର୍ଘଟଣାରୁ କେହି ବର୍ତ୍ତି ପାରିନାହାଁନ୍ତି। ଚାକିରି କାଳର ୮ ବର୍ଷ ମଧ୍ୟରେ ଏମିତି ଆପତ୍ତିକାଳୀନ ସ୍ଥିତି ଦେଖିନଥିଲି। ପିପିଇ କିଟ୍ ପିନ୍ଧି ଯାଇଥିଲେ ବି ତାପମାତ୍ରା ଅସହ୍ୟ ଥିଲା। ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିଲା। 

ସେହିପରି ବିମାନ କ୍ରାସ୍ ଭୟାବହତାର ଆଉ ଏକ ପ୍ରମୁଖ କାରଣ ହେଉଛି ବିମାନରେ ଥିବା ୧,୨୬,୯୦୭ ଲିଟର ଇନ୍ଧନ। ପ୍ଲେନ୍ କ୍ରାସ୍ ହେଉ ହେଉ ଇନ୍ଧନରେ ବିସ୍ଫୋରଣ ହୋଇଥିଲା। ଜ୍ଵାଳାମୁଖୀ ଭଳି ଫାଟିଥିଲା। ଚାରିଆଡ଼େ କଳା ଧୂଆଁର ଆସ୍ତରଣ ଖେଳି ଯାଇଥିଲା। ଅଧିକାଂଶ ଶବ ଜଳି ଯାଇଥିଲା। ଯେଉଁଥିପାଇଁ ଏବେ ଶବ ଗୁଡ଼ିକ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଛି।  

ଏହି ଖବରଟିକୁ ପଢନ୍ତୁ-ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ସବୁକିଛି ବିଗାଡ଼ିଦେଲା; ଅମିତ ଶାହ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.