ଭୁବନେଶ୍ବର,୯।୩ :  ରାଜ୍ୟରେ ତାତି   ଏବେ ଠୁ ଅସମ୍ଭାଳ ହେଲାଣି। ଦିନ ୧୧ ଟାରୁ ଟାଣ ଖରା ହେଉଛି।  ତେବେ ରାଜ୍ୟରେ ପାରଦ ଆହୁରି ଉପରମୁହାଁ ହେବ।  ଆଗାମୀ ଦିନରେ ବଢିବ ତାତି। ଦିନ ଓ ରାତିର ତାପମାତ୍ରା ବଢିବ। ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

ଆଭ୍ୟନ୍ତରୀଣ ଓଡିଶାରେ ଆଗାମୀ ୪ରୁ ୫ ଦିନ ଧରି ପାରଦ ଉପରମୁହାଁ ହେବ। ବିଶେଷ କରି  ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାରେ ତାତି ଅଧିକା ରହିବ। ଏହି ସବୁ ଜିଲ୍ଲାରେ ପାରଦ ୩୭ ଡିଗ୍ରୀରୁ ଅଧିକ ରହିବ । ଏପରିକି ଏହିସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

ରାଜ୍ୟ ମଧ୍ୟକୁ ଏବେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି।  କିନ୍ତୁ ଏହାର ବେଗ ଧିମା ରହିଛି।  ଏଥିସହ ଏକ ଗୁରୁଚାପ ମଧ୍ୟ ରହିଛି । ପ୍ରଭାବରେ ବଙ୍ଗୋପସାଗରରୁ ଦକ୍ଷିଣ ପଶ୍ଚିମ ଦିଗର ସ୍ଥଳ ଭାଗକୁ ପବନ ପ୍ରବାହିତ ହେଉଛି । ତେଣୁ ଆସନ୍ତା ୧୧ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । କିନ୍ତୁ ୧୨ ରୁ ଦକ୍ଷିଣ ପଶ୍ଚିମରରୁ ପବନର ବହିବ ଏବଂ ତାପମାତ୍ରା ବଢ଼ିବ ।