ନୂଆଦିଲ୍ଲୀ, ୨୧/୧୨   :  ଚେନ୍ନାଇର ଜନୈକ ଶ୍ରଦ୍ଧାଳୁଙ୍କ ଆଇଫୋନ ଭୁଲରେ ମନ୍ଦିରର ଦାନପାତ୍ରରେ ପଡ଼ିଗଲା । ଏହାପରେ ଯେତେବେଳେ ଶ୍ରଦ୍ଧାଳୁ ଆଇଫୋନ ଫେରାଇବାକୁ ଅନୁରୋଧ କଲେ ତ ତାମିଲନାଡ଼ୁ ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗ ଏହାକୁ ମନା କରି ଦେଲେ । ବିଭାଗ ଏହା କହିଥିଲା କି ଶ୍ରଦ୍ଧାଳୁଙ୍କ ଦାବିକୁ ଅସ୍ବୀକାର କରାଯାଇଛି କାରଣ ତାହା ଏବେ ମନ୍ଦିରର ସମ୍ପତ୍ତି ହୋଇଯାଇଛି । ନିଜ ଭୁଲର ଅନୁଭବ ହେବା ପରେ ଦିନେଶ ନାମକ ଶ୍ରଦ୍ଧାଳୁ ତିଋପୁଋରରେ ଅବସ୍ଥିତ ଶ୍ରୀ କଣ୍ଡାସ୍ବାମୀ ମନ୍ଦିରର ଅଧିକାରୀଙ୍କୁ ସମ୍ପର୍କ କରିଥିଲେ । ସେ ଅନୁରୋଧ କରିଥିଲେ ଦାନ କରିବା ସମୟରେ ଅଜ୍ଞାତ ଭାବେ ଦାନପାତ୍ରରେ ପଡ଼ିଯାଇଥିଲା ତାଙ୍କର ଆଇଫୋନକୁ ଫେରାଯାଉ । ସେହିଭଳି ଘଟଣା ପରେ ଶୁକ୍ରବାର ଦାନପାତ୍ର ଖୋଲିବା ପରେ ମନ୍ଦିର ପ୍ରଶାସନ ଦିନେଶଙ୍କୁ ସମ୍ପର୍କ କରିଥିଲେ । ମନ୍ଦିର ପ୍ରଶାସନ କହିଥିଲେ କି ଫୋନ ମିଳିଯାଇଛି ଏବଂ ତାଙ୍କୁ ଫୋନର କେବଳ ତଥ୍ୟ ପ୍ରଦାନ କରାଯାଇପାରିବ । ମାତ୍ର ଦିନେଶ ଡାଟା ନେବାକୁ ମନା କରିଥିଲେ ଏବଂ କହିଥିଲେ କି ତାଙ୍କ ଫୋନ ତାଙ୍କୁ ଫେରାଇ ଦିଆଯାଉ । 

ଏହାପରେ ଶନିବାର ଏହି ମମାଲା ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ମନ୍ତ୍ରୀ ପି. କେ.ଶେଖର ବାବୁଙ୍କୁ ଜଣାଇଥିଲେ । ଏହି ଘଟଣା ଉପରେ ସେ କହିଥିଲେ କି, ଯାହା କିଛି ବି ଦାନବାକ୍ସରେ ଜମା ହୋଇଥାଏ ତାହା ଅଜଣାତରେ ହେଉ କିମ୍ବା ଜାଣତରେ ଭଗବାନଙ୍କ ଖାତାକୁ ଚାଲି ଯାଇଥାଏ । ସେ କହିଛନ୍ତି କି, ମନ୍ଦିରର ପ୍ରଥା ଏବଂ ପରମ୍ପରା ଅନୁସାରେ ଦାନପାତ୍ରରେ ଚଢାଯାଇଥିବା କୌଣସି ବି ଦାନ ସିଧାସଳଖ ମନ୍ଦିରର ଦେବତାଙ୍କ ଖାତାକୁ ଚାଲିଯାଇଥାଏ । ନିୟମ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଦାନ ଫେରସ୍ତ କରିବାର ଅନୁମତି ନାହିଁ । ମାତ୍ର ସେ କହିଛନ୍ତି କି ବିଭାଗର ଅଧିକାରୀଙ୍କ ସହ ସେ ଏହି ବିଷୟ‌ରେ ଚର୍ଚ୍ଚା କରିବେ କି କ’ଣ ଶ୍ରଦ୍ଧାଳୁଙ୍କୁ ଫେରାଇବାକୁ କୌଣସି ସମ୍ଭାବନା ଅଛି । ସେ କହିଥିଲେ କି ବିଚାର- ବିମର୍ଶ ପରେ ସେ ନିର୍ଣ୍ଣୟ ନେବେ ।