ଟିଟିଲାଗଡ଼/ପାଟଣାଗଡ଼,  ୧୯।୪ – ବଲାଙ୍ଗିର ଜିଲ୍ଲାରେ  ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି । ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପର ଉଦଘାଟନ ଏବଂ  ସ୍ଥାୟୀ କ୍ୟାମ୍ପ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ  ଗତବର୍ଷ  ଡିସେମ୍ବରରେ  ସମଗ୍ର ଦେଶର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ  ପ୍ରତିଷ୍ଠା ପାଇଁ ମଞ୍ଜରୁ ଦେଇଥିଲେ। ଯେଉଁଥିରେ  ଓଡ଼ଶାର ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ରେଳଓ୍ବେ ଟିଟିଲାଗଡ଼ ଓ ପାଟଣାଗଡ଼ରର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଭୂମିପୂଜନ ହୋଇ  ଅସ୍ଥାୟୀ  କ୍ୟାମ୍ପର ଶିଳାନ୍ୟାସ  ହୋଇଛି । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଲେଖାଏଁ  ଅର୍ଥାତ ମୋଟ୍ ୬୦ କୋଟି ଟଙ୍କା ମଞ୍ଜରୁ ହୋଇଛି। ରେଳ ବିଭାଗର ସହଯୋଗରେ ଟିଟିଲାଗଡ଼ ରେଳଓ୍ବେ କଲୋନୀର କେନ୍ଦ୍ରୀୟ ବିଦ୍ୟାଳୟ ଭଳି ପ୍ରମୁଖ ଅନୁଷ୍ଠାନ ଖୋଲାଯିବା ଦ୍ୱାରା ଛାତ୍ରଛାତ୍ରୀମାରନ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସେହିପରି ପାଟଣାଗଡ଼ ଉଲବାଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପ ଆଗାମୀ ଦିନରେ  ସ୍ଥାନୀୟ  ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାର ଗୁରୁତ୍ବପୂର୍ଣ୍ଣ  ଭୂମିକା ଗ୍ରହଣ କରିବ । 

ତେବେ ଏହି ଦୁଇଟି ବିଦ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଟିଟିଲାଗଡ଼ କେଭିର ଅସ୍ଥାୟୀ  କ୍ୟାମ୍ପ ବ୍ଲକପଡ଼ାଠାରେ ଏବଂ ପାଟଣାପଡ଼ରେ କେନ୍ଦ୍ରର ଅସ୍ଥାୟୀ କ୍ୟାମ୍ପସ ଇଟିଇଆଇ ପରିରରେ  ପରିଚାଳିତ ହେବ ।  ଏହା ବ୍ୟତୀତ ବଲାଙ୍ଗିର ଜିଲ୍ଲାରର ୨୧ଟି ସ୍କଲୁକୁ ପିଏମ ଶ୍ରୀସ୍କୁଲରେ ବିକଷିତ କରାଯାଉଛି। ଏଥିପାଇଁ ପ୍ରତ୍ୟେକ  ସ୍କଲୁକୁ ୨ କୋଟି  ଲେଖାଏଁ  ମୋଟ  ୪୨ କୋଟି ଟଙ୍କାର ଅନୁଦାନର ବ୍ୟବସ୍ଥା  ହୋଇଛି।  

ଏହି  ଜିଲ୍ଲାର ଅନ୍ୟତମ  ପୁରାତନ ଶିକ୍ଷାନୁଷ୍ଠାନ  ରାଜେନ୍ଦ୍ର  ବିଶ୍ବବିଦ୍ୟାଳୟକୁ ୨୦ କୋଟି ଟଙ୍କା ପିଏମ  ପୋଷଣ ଯୋଜନାରେ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ  ଓଡିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ  ସଙ୍ଗୀତା କୁମାରୀ ସିଂହଦେଓ , ସାଂସଦ  ନିରଞ୍ଜନ ବିଶି, ବିଧାୟକ ନବୀନ କୁମାର ରଜନ୍ ଓ ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗ ଦେଇଥିଲେ।