ହରଭଙ୍ଗା,୧୧।୧ : ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ଝିଅ ଟେନିଶା ମେହେର। ଜାତୀୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଟେନିଶା ଏଭଳି ସଫଳତା ହାସଲ କରି ବୌଦ୍ଧ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଭାରତ ସରକାରଙ୍କ ଦ୍ୱାରା ୬୯ ତମ ୧୭ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଜାନୁଆରୀ ୬ ରିଖ ରୁ ୧୦ ରିଖ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ହୋଇଥିଲା । ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ବୌଦ୍ଧ ଜିଲ୍ଲାର ଟେନିଶା ମେହେର ଭାଗ ନେଇଥିଲେ। ଟେନିଶା ରାଜ୍ୟଦଳରେ ଜାତୀୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛିନ୍ତି।

ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ , ସମ୍ପାଦକ ଅର୍ଜୁନ କଅଁର , ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ମିନୁ ପ୍ରସାଦ ମିଶ୍ର , ସମ୍ପାଦିକା ସଂଯୁକ୍ତା ମଲ୍ଲିକ ଶୁଭେଛା ଜଣେଇବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଟେନିଶାଙ୍କ ଏହି ସଫଳତା ଖବର ପାଇବାପରେ ସମଗ୍ର ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଅଟନ୍ତି ଓ ସେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି ।