ନୂଆଦିଲ୍ଲୀ,୧୦।୭: ଟେନିସ୍ ପ୍ଲେୟାର ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା। ରାଧିକାଙ୍କୁ ଗୁରଗ୍ରାମ୍ର ସୁଶାକ୍ତ ଲୋକ-୨ ସ୍ଥିତ ଇ-୧୫୭ ବାସଭବନରେ ହତ୍ୟା କରାଯାଇଛି। ରାଧିକାଙ୍କୁ ଗୁଳି ମାରିଥିବା ବ୍ୟକ୍ତି ଆଉ କେହି ନୁହେଁ ସେ ହେଉଛନ୍ତି ତାଙ୍କ ବାପା। ରାଧିକାଙ୍କ ବାପା ଲାଇସେନ୍ସ ରିଭଲଭରୁ ନିଜ ଝିଅକୁ ୩ ରାଉଣ୍ଡ ଗୁଳିମାରିଥିଲେ। ଗୁରଗ୍ରାମ ପୋଲିସ ଅଭିଯୁକ୍ତକୁ କଷ୍ଟଡିରେ ନେଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି।
୨୫ ବର୍ଷୀୟ ରାଧିକା ଅନ୍ତର୍ଜାତୀୟ ସ୍ତରରେ ଜଣେ ଟେନିସ୍ ଖେଳାଳି ଭାବରେ ଭାରତକୁ ପ୍ରତିନିଧିତ୍ବ କରୁଥିଲେ। ଡବଲ୍ସ ଟେନିସ୍ ପ୍ଲେୟାର ରାଙ୍କିଙ୍ଗରେ ସେ ୧୧୩ ତମ ସ୍ଥାନରେ ଥିଲେ। ଆଇଟିଏଫ୍ ଡବ୍ଲସରେ ଟପ୍ ୨୦୦ ରେ ରାଧିକଙ୍କ ବେଷ୍ଟ ରାଙ୍କିଙ୍ଗ ଥିଲା। ସେ ଦେଶର ଜଣେ ଉଦୀୟମାନ ଖେଳାଳି ଥିଲେ, କିନ୍ତୁ ତାଙ୍କ ବାପା ଦୀପକ ଯାଦବ ଟେନିସ୍ ଯାତ୍ରା ଆଗକୁ ଆହୁରି ବଢିବା ପୂର୍ବରୁ ହତ୍ୟା କରିଛନ୍ତି। ଦୀପକ ପେଶାରେ ଜଣେ ପ୍ରପଟି ଡିଲର
ରାଧିକା ନିକଟରେ ସେହି ଅଞ୍ଚଳରେ ଏକ ଟେନିସ୍ କୋଚିଂ ଏକାଡେମୀ ଆରମ୍ଭ କରିଥିଲେ। ସେଠାରେ ଅନେକ ଯୁବକ ଏବଂ ଯୁବତୀ କୋଚିଂ ନେବାକୁ ଆସୁଥିଲେ। ପୋଲିସର କହିବା ଅନୁଯାୟୀ, ଦୀପକ ତାଙ୍କ ଝିଅ ରାଧିକାକୁ ଏହି ଏକାଡେମୀ ବନ୍ଦ କରିବା ପାଇଁ ଚାପ ଦେଉଥିଲେ, କିନ୍ତୁ ରାଧିକା ମନା କରୁଥିଲେ। ଆଜି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ତୀବ୍ର ହୋଇଗଲା ଯେ ଦୀପକ ରାଗିଯାଇ ରାଧିକାକୁ ଗୁଳି କରିଥିଲେ।