ନୀଳଗିରି,୨୦/୨: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ନୀଳଗିରି ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସାରେ ଅବ‌ହେଳା କରାଯାଇଥିବା ପରିବାର ଲୋକ ଅଭିଯୋଗ କରି ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ। ତେବେ ନୀଳଗିରି ପୋଲିସ ପହଞ୍ଚି  ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମୃତ ଯୁବକ ଜଣକ ହେଲେ  ରେମୁଣା ବ୍ଳକ ଭୀମପୁରା ଗ୍ରାମର ନିହାର ବିଶ୍ୱାଳ (୨୫)। ସେ ଘରୋଇ ଟିଭିଏସ ଫାଇନାନ୍ସ କମ୍ପାନୀର କାର୍ଯ୍ୟ କରୁଥିଲେ। 

 ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ ଭୀମପୁରା ଗ୍ରାମର ନରେନ୍ଦ୍ର ବିଶ୍ୱାଳ ଙ୍କ ପୁଅ ନିହାର ବିଶ୍ୱାଳ (୨୫)ଟିଭିଏସ ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଭାବେ କାମ କରନ୍ତି।  ସେ ନୀଳଗିରି ଅଞ୍ଚଳରେ ରହି ଲୋକମାନଙ୍କୁ  କମ୍ପାନୀ ପକ୍ଷରୁ ଋଣ ଦେଉଥିଲେ।  ବୁଧବାର ରାତି ପ୍ରାୟ ସାଢେ ତିନିଟା ସମୟରେ ଛାତିରେ ସେ  ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ  ନୀଳଗିରି ମେଡିକାଲରେ  ଭର୍ତ୍ତି କରାଯାଇଥିଲା | ଗୁରୁବାର  ସକାଳ ପ୍ରାୟ ୧୦ଟାବେଳେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସିଡିଟି ପାଇଁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।  ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ପାଇଁ ଏଭଳି ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଥିଲେ।। ଯୁବକଙ୍କ ସମ୍ପର୍କୀୟମାନେ ଆସି ଡାକ୍ତରଙ୍କୁ ପଚାରି ଥିଲେ |ଏଥିରେ ଡାକ୍ତର ଓ ଏସଡିଏମଓ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଏଥିପାଇଁ ମେଡ଼ିକାଲ ପରିସର କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।ପରେ ନୀଳଗିରି ପୋଲିସ ପହଞ୍ଚି ହସ୍ତକ୍ଷେପ କରାଯାଇଥିଲା ।। ନୀଳଗିରି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।