ଜଗତସିଂହପୁର, ୧୯।୩ : ବୁଧବାର ଚିକିତ୍ସାରେ ଅବହେଳା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଆଜିବି ଥମୁନି ଉତ୍ତେଜନା । ଗୁରୁବାର ଶବ ବ୍ୟବଛେଦ ହୋଇ ଭୁବନେଶ୍ୱରରୁ ଆସିଥିଲା। ଏହା ପରେ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ମୃତଦେହକୁ ରଖି ଉତ୍ତ୍ୟକ୍ତ ଲୋକମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏଥିସହ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ତିନି ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି ।

ବୁଆାର ଦୋନ୍ଦ ଗାଁ ର ସଂଗୀତା ସାହୁ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ନିମନ୍ତେ ଆସିଥିଲେ। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଉପରକୁ ଟେକାପଥର ମାଡ଼ କରିଥିଲେ । ଘଟଣାକୁ ଦୁଇଦିନ ପୁରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।