ନୂଆଦିଲ୍ଲୀ,୧୯/୦୨: ଫୁଟବଲ ମ୍ୟାଚ ଆରମ୍ଭ ପୂର୍ବରୁ ଷ୍ଟାଡ଼ିୟମରେ ଅଘଟଣ । ବାଣ ବିସ୍ଫୋରଣରେ ୩୦ ରୁ ଉର୍ଦ୍ଧ୍ବ ଲୋକ ପୋଡ଼ିଯାଇଥିବା ସୂଚନା ମିଳିଛି । ତେବେ କେରଳର ମଲପ୍ପୁରମର ଏରିକୋଡ ନିକଟରେ ଏକ ଫୁଟବଲ୍ ପଡ଼ିଆରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । 

ଏହା ମଧ୍ୟ ପଢନ୍ତୁ- ମୋଦି-ଅଲ୍ ଥାନି ସାକ୍ଷାତ ଆଲୋଚନା, ଫୋକସରେ ବାଣିଜ୍ୟ ଓ ଟେକ୍ନୋଲୋଜି, ୮୬,୮୭୩ କୋଟି ନିବେଶ କରିବ କତାର

ସୂଚନା ଅନୁଯାୟୀ, କେରଳରେ ସେଭେନ୍-ଏ-ସାଇଡ୍ ଫୁଟବଲ୍ ମ୍ୟାଚର ଫାଇନାଲ୍ ଥିଲା । ଯାହା ୟୁନାଇଟେଡ୍ ଏଫସି ନେଲିକୁଥ୍ ଏବଂ କେଏମଜି ମାଭୁର୍ ମଧ୍ୟରେ ଅନୁଷ୍ଠିତ ହେଉଥିଲା। ଫାଇନାଲ ମ୍ୟାଚ୍ ପୂର୍ବରୁ  ସମାପନୀ ଉତ୍ସବ ଚାଲିଥିଲା ଏଥିପାଇଁ ବାଣ ମଧ୍ୟ ଫୁଟୁଥିଲା । ହେଲେ ଏହାରି ମଧ୍ୟରେ ଭୁଲ ଅଗ୍ନିକାଣ୍ଡ ଯୋଗୁଁ ଜଳୁଥିବା ବାଣ ଚାରିଆଡ଼କୁ ବିଛାଇ ହୋଇ ଯାଇଥିଲା ।  ଏହାପରେ  ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସହ ଦଳାଚକଟା ଆରମ୍ଭ ହୋଇଗଲା। ତେବେ ଏହି  ଦଳାଚକଟା ଯୋଗୁଁ ଘଟଣାସ୍ଥଳରେ ଉପସ୍ଥିତ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିଛି ଲୋକ ନିଆଁରେ ପୋଡ଼ି ଯିବା ସହ କିଛି ଲୋକ ଦଳାଚକଟାରେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଇବା ସୂଚନା ମିଳିଛି।  ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଖିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ଖବର ସାମ୍ନାକୁ ଆସିନି।