ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ ଯୋଜନା କରୁଛି ISKP

Published By : Ankita S | February 24, 2025 2:12 PM

ନୂଆଦିଲ୍ଲୀ,୨୪/୦୨ : ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ଚାମ୍ପିଅନ୍ସ ଟ୍ରଫିକୁ ହୋଇପାରେ ଆତଙ୍କୀ ଆକ୍ରମଣ । ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ ଯୋଜନା କରୁଛି ଆତଙ୍କୀ ସଂଗଠନ ଆଇଏସକେପି । ଏ ନେଇ ହାଇ ଆଲର୍ଟ ଜାରିଙ୍କୁ କରିଛି ଖୋଦ୍ ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସଆଇଏସ ଉପରେ କଡା ନଜ୍ଜର ରଖାଯାଇଛି । ପାକିସ୍ତାନରେ ଜାରି ଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉପରେ ଏକ ବଡ଼ ବିପଦ ଦେଖାଦେଇଛି । 

ପାକିସ୍ତାନ ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ଆକ୍ରମଣ ନେଇ ଯୋଜନା ଚାଲିଥିବା ଖବର ମିଳିଛି । ଆତଙ୍କୀ ସଂଗଠନ ଆଇଏସକେପି ଗ୍ରୁପ ଏହାପଛରେ ରହିଥାଇପାରେ ବୋଲି କୁହାଯାଉଛି । ଭାରତୀୟ ଏଜେନ୍ସିଂକୁ ମଧ୍ୟ ବିଦେଶୀ ଏଜେନ୍ସିଂ ଅବଗତ କରାଇଛି । ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ କିମ୍ବା ଆତଙ୍କୀ ଆକ୍ରମଣ ହେବା ନେଇ ଚର୍ଚ୍ଚା ହେଉଛି ।  ଆଇଏସକେପି ଇସଲାମିକ ଷ୍ଟେଟର ଏକ  ଗୋଷ୍ଠୀ । ଏମାନେ ବିଶେଷ କରି ପାକିସ୍ତାନ ଓ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି । ଏବେ ସୁଦ୍ଧା କୌଣସି ସବିଶେଷ ସୂଚନା ମିଳିନାହିଁ । ହେଲେ ଏହି ବିପଦକୁ ଅଣଦେଖା କରାଯାଇପାରିବ ନାହିଁ । ସୁରକ୍ଷା ଏଜେନ୍ସିଂ ପାକିସ୍ତାନରେ ଆଲର୍ଟ ଜାରି କରିଛନ୍ତି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନ ଯିବନି ବୋଲି ମାନ କରିଥିଲା । ତେଣୁ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ହୋଇଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି ।  ଏହା ପୂର୍ବରୁ  ମଧ୍ୟ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ୨୦୦୯ରେ ଗଦାଫି ଷ୍ଟାଡିୟମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ହେବ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ ରହିଥିଲା । ଏହା ପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜକ ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ଚାଲିଥିବା ସମୟରେ ଏପରି ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ଜାରି ହେବା ନିହାତି ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଭାବ ପକାଇବ । ଆଗମୀ ଦିନରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ମୋଟ ୮ ଦଳ କରିଛନ୍ତି ଅଂଶଗ୍ରହଣ- ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ପାକିସ୍ତାନ ସମେତ ଭାରତ, ବାଂଲାଦେଶ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଅଂଶଗ୍ରହଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.