ଭୁବନେଶ୍ବର, ୨୮/୧୧ : ଡିଜି କନଫରେନ୍ସକୁ ଆତଙ୍କବାଦୀ ଆଟାକ ଧମକ ଘଟଣାରେ ପ୍ରତିକ୍ରିୟା ରଖିଲେ ପୋଲିସ କମିସନର । ଦେଶ ବିରୋଧୀ ତତ୍ତ୍ୱ ରହିବା ନୂଆ କଥା ନୁହେଁ । ଏହି ଦେଶରେ ବିରୋଧୀ ତତ୍ୱ ରହିଛନ୍ତି । ସବୁବେଳେ ସେମାନଙ୍କୁ କଡା ଜବାବ ଦିଆଯାଇଛି । ତାଙ୍କୁ ସବୁବେଳେ ପ୍ରଭାବହିନ କରାଯାଇଛି । ଆମର ସୁରକ୍ଷା ବ୍ୟବସ୍ଥାକୁ ପର୍ଯ୍ୟାପ୍ତ କରାଯାଇଛି  । ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରୁଛି ସଂସ୍ଥାର ଅସ୍ତିତ୍ୱ ରଖିବୁନି । 

ଆଉ କେଇ ଘଣ୍ଟାର ଅପେକ୍ଷା । ଭୁବନେଶ୍ବରରେ ଆରମ୍ଭ ହେବ ଡିଜି ସମ୍ମୀଳନି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡା କଡି କରାଯାଇଛି । ୧୫୦ ପ୍ଲାଟୁନ ପୋଲିସ ଫୋର୍ଷ ସହିତ ୧୦୦୦   ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି  । ରାଜ୍ୟର ସମସ୍ତ ଆଇପିଏସ ଅଧିକାରୀଙ୍କୁ ଡିଜି ସମ୍ମୀଳନି ପାଇଁ ବିଭିନ୍ନ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ଅନ୍ୟପଟେ ଭୁବନେଶ୍ବରରେ ଡିଜି, ସମ୍ମିଳନୀକୁ ନେଇ ଆସିଛି ଆତଙ୍କି ଥ୍ରେଟ । ଖଲିସ୍ଥାନି ଆତଙ୍କବାଦୀ ପନୁ ଭୁବନେଶ୍ବରରେ ହେଉଥିବା ଡିଜି ସମ୍ମୀଳନିକୁ ଭଣ୍ଡୁର କରିବା ପାଇଁ  ଧମକ ଦେଇଛି । କହିଛି ଟେମ୍ପୁଲ ସିଟି ଭୁବନେଶ୍ବର ଏବେ ଟେରର ସିଟି ହୋଇଛି । ଇଣ୍ଟେଲିଜେନ୍ସ , ର, ଆଦି ସଂସ୍ଥାକୁ ଟାର୍ଗେଟ କରିବା ସହ ଯେଉଁମାନେ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ସେମାନଙ୍କ ଆତଙ୍କବାଦୀ ସହିତ ତୁଳନା କରିଛି ପନୁ । କେବଳ ସେତିକି ନୁହେଁ ନକ୍ସଲ ଓ କାଶ୍ମୀର ଆତଙ୍କବାଦୀଙ୍କୁ ଆହ୍ବାନ ଦେଇ ପନୁ କହିଛି ସେମାନେ ଭୁବନେଶ୍ବରର ବିଭିନ୍ନ ହୋଟେଲ ଓ ମନ୍ଦିରରେ ଛଦ୍ମ ବେଶରେ ଲୁଚି ଏହି ଡିଜି ସମ୍ମୀଳନିକୁ ଭଣ୍ଡୁର କରନ୍ତୁ । ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛି । 

ଅନ୍ୟପଟେ ଡିଜି ସମ୍ମିଳନୀ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ବିଭାଗ । ସାରା ରାତି ଭୁବନେଶ୍ବରକୁ ଆସୁଥିବା ସମସ୍ତ ଗାଡିକୁ ବ୍ଲକିଂ କରି ଚେକିଂକୁ ଯୋରଦାର  କରାଯାଇଛି । ବ୍ଲକିଂ ଚେକିଂରେ ଲୋକାଲ ପୋଲିସ ସହିତ ବିଏସଏଫକୁ ନିୟୋଜିତ କରାଯାଇଛି ।  ଆଜି ଭୁବନେଶ୍ବର ଏୟାରପୋର୍ଟରେ ବିଭିନ୍ନ ରାଜ୍ୟର ଡିଜି ମାନେ ଆସି ପହଁଚି ସାରିଛନ୍ତି । ଆଜି ୫୭ ଜଣ ଡିଜି ଓ ଆଇଜି ଭୁବନେଶ୍ବର ଏୟାରପୋର୍ଟରେ ପହଁଚିବେ । ଗତକାଲି ବିଭିନ୍ନ ରାଜ୍ୟର ୧୫ ଜଣ ଡିଜି ଭୁବନେଶ୍ବରରେ ପହଁଚି ସାରିଛନ୍ତି । ଆତଙ୍କବାଦୀ ସଂଙ୍ଗଠନର ଧମକକୁ ଆମ ଯବାନ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।