ନୂଆଦିଲ୍ଲୀ,୧୬।୧୧: ‘ଅପରେସନ୍ ସିନ୍ଦୂର’ ଓ ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ବହୁ ତଥ୍ୟ ସାମନାକୁ ଆସିଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଇଏସଆଇ ଭାରତରେ ଆତଙ୍କବାଦ ପାଇଁ ଏବେ ଆତଙ୍କୀଙ୍କ ଭର୍ତ୍ତୀ କାଶ୍ମୀରରେ ରହିବ ବଦଳରେ ପାକିସ୍ତା ଓ ବାଂଲାଦେଶରେ କରିବାରେ ଲାଗିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଘାଟିରେ ବଢୁଥିବା କାର୍ଯ୍ୟାନୁଷ୍ଠାନ ପରେ କରିଛି।
ଇଣ୍ଡିଆନ ଆର୍ମିର ସେଣ୍ଟ୍ରାଲ କମାଣ୍ଡର ଚିଫ୍ ଅଫ୍ ଷ୍ଟାଫ୍ ଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ରବିନ୍ଦ୍ର ପ୍ରତାପ ଶାହି (ଏବିଏସ୍ଏମ୍) କୁହନ୍ତି ଯେ, ଘାଟିରେ ଗତ କିଛି ବର୍ଷରେ ସେନାର କାର୍ଯ୍ୟାନୁଷ୍ଠାନ ପ୍ରରେ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନର ଅଣ୍ଟା ଭାଙ୍ଗି ଯାଇଛି। ଲୋକାଲ ରିକ୍ରୁଇଟମେଣ୍ଟ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଆତଙ୍କୀଙ୍କୁ ବାଂଲାଦେଶ ଡାକି ଟ୍ରେନିଂ ଦେବା ଆରମ୍ଭ କରିଦେଇଛି। ଏହା ଗତ କିଛି ଦିନ ହେବ ଚାଲିଥିବା ଯାଞ୍ଚ ପରେ ଜଣାପଡିଛି।
୧୯୮୩-୮୫ ଓ ୧୯୯୪-୯୫ ପର୍ଯ୍ୟନ୍ତ କାଶ୍ମୀରର ଅନନ୍ତନାଗ, ପହଲଗାମ୍ ଓ ରାଜୌରୀରେ ନିଯୁକ୍ତ ଥିବା ଲେଫ୍ଟାନାଣ୍ଟ ଆରପି ଶାହି କହିଛନ୍ତି,୩-୪ ମାସରେ ତିନି ହଜାର କିଲୋ ବିସ୍ଫୋରକ ଏକାଠି କରିବା ସମ୍ଭବ ନୁହେଁ। କାହାକୁ ଯେପରି ସନ୍ଦେହ ନହେବ ଆତଙ୍କୀ ସଂଗଠନ ଏଥିପାଇଁ ଡାକ୍ତରଙ୍କୁ ଚୟନ କରିଥିଲେ। ବିଦେଶୀ ଶକ୍ତି ଟ୍ରେନିଂ ଏବଂ ଆର୍ଥିକ ସହାୟତା ଦେଉଥିଲେ। ଏହାର ଖୁଲାସା ଖୁବ୍ ଶୀଘ୍ର ଇଣ୍ଟରପୋଲ କରିବ। ତଦନ୍ତକାରୀ ଏଜେନ୍ସି ସେନା ଓ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା କାରଣୁ ବଡ଼ ଧରଣର ଷଡଯନ୍ତ୍ର ବିଫଳ ହୋଇଛି।