ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଭାରତରେ ସ୍ଥିତି ମଜବୁତ କରୁଛି ଟେସଲା; ଦିଲ୍ଲୀରେ ଖୋଲିବ ଦ୍ୱିତୀୟ ଶୋ’ରୁମ୍, ବଢ଼ିବ ଇଭି ଇକୋସିଷ୍ଟମ

Published By : Anindita Ratha | July 31, 2025 12:23 PM

ନୂଆଦିଲ୍ଲୀ,୩୧/୦୭: ଭାରତରେ ବୈଦ୍ୟୁତିକ ଯାନର ବର୍ଦ୍ଧିତ ଚାହିଦାକୁ ଦେଖି, ଟେସଲା ଏବେ ଏହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରୁଛି। ଟେସଲା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ଶୋରୁମ୍  ଖୋଲିବା ପରେ, କମ୍ପାନୀ ଏବେ ଦିଲ୍ଲୀର ଏରୋସିଟିରେ ଦ୍ୱିତୀୟ ଡିଲରସିପ୍ ଖୋଲିବାକୁ ଯାଉଛି। ଯାହା ଦିଲ୍ଲୀ IGI ବିମାନବନ୍ଦର ନିକଟରେ ଅବସ୍ଥିତ। ଶୋ’ରୁମ୍ ପ୍ରାୟତଃ ପ୍ରସ୍ତୁତ ସରିଥିବା ବେଳେ ଅଗଷ୍ଟ ୨୦୨୫ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।

ଟେସଲା ବର୍ତ୍ତମାନ ଭାରତରେ ମଡେଲ Y ବିକ୍ରି କରୁଛି। ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା, କାରଣ ଏହି ଯାନକୁ CBU ଭାବରେ ଆମଦାନି କରାଯାଉଛି। ଭାରତରେ, ଟେସଲା ମଡେଲ Yକୁ  ଦୁଇଟି ଭାରିଆଣ୍ଟରେ ପ୍ରଚଳନ କରାଯାଇଛି। ଏହି ଇଲେକ୍ଟ୍ରିକ୍ SUV ସ୍ୱତନ୍ତ୍ରତା ହେଉଛି ଏହା ୬୨୨ କିଲୋମିଟର ପର୍ଯ୍ୟନ୍ତ WLTP କ୍ଲେମ୍‌ଡ ରେଞ୍ଜ ପ୍ରଦାନ କରେ। ଏହାର ସର୍ବାଧିକ ଗତି ୨୦୧ କିଲୋମିଟର ପ୍ରତି ଘଣ୍ଟା ।

 ଏହା ବ୍ୟତୀତ, କମ୍ପାନୀ ଏହି ମଡେଲ ସହିତ ୬ ଲକ୍ଷ ଟଙ୍କା ମୂଲ୍ୟର FSD କିଟ୍ ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହା ଏହି କାରକୁ ଅଟୋମେସନ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆହୁରି ସ୍ୱତନ୍ତ୍ର କରିଥାଏ। ଭାରତ ଭଳି ଦେଶରେ ଯେଉଁଠାରେ ଲୋକମାନେ କାର ଦେଖିବା, ଟେଷ୍ଟ ଡ୍ରାଇଭ୍ କରିବା ଏବଂ କିଣିବା ପୂର୍ବରୁ ଡିଲରଙ୍କ ସହ କଥା ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ସେଠାରେ କେବଳ ଅନଲାଇନ୍ ବିକ୍ରୟ ଯଥେଷ୍ଟ ନୁହେଁ। ଏହାକୁ ଧ୍ୟାନରେ ରଖି, ଟେସଲା ଦିଲ୍ଲୀରେ  ଏହାର ଆଉ ଏକ ଶୋ’ରୁମ୍ ଖୋଲିବାକୁ ଯାଉଛି, ଯାହା ଦ୍ୱାରା ଉଚ୍ଚମାନର କାର କିଣୁଥିବା ଗ୍ରାହକମାନେ କୌଣସି ଦ୍ୱିଧା ବିନା ଟେସଲା ଅଭିଜ୍ଞତା ପାଇପାରିବେ, ଯାହା ବିକ୍ରୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.