ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବହୁଦିନର ଆଶା ସାକାର ହେବ , ଧାମନଗରଠାରେ ହେବ ଟେକ୍ସଟାଇଲ ପାର୍କ

Published By : Suraj Kumar | December 23, 2024 4:16 PM

ଭଦ୍ରକ,୨୩।୧୨ : ପୂର୍ବୋଦୟ ରୁ ସୂର୍ଯ୍ୟୋଦୟ ର ଆରମ୍ଭ । ଭଦ୍ରକ ହେବ ମିନି ସୁରଟ । ମଞ୍ଜୁର ହେଲା ୪ ହଜାର ୩ ସହ କୋଟି ରୁ ଅଧିକ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ଛକ ଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ      ବିକାଶର ସୂର୍ଯ୍ୟୋଦୟ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଏ ବାବଦରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗତ ୨୦୧୭ମସିହାରେ ତତ୍କାଳିନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ  ଏଠାରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲେ ମଧ୍ୟ  ପୂର୍ବ ସରକାରଙ୍କ ବେଳେ ଏହା ବିଳମ୍ବିତ ହୋଇଥିଲା । ତେବେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି  । ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ଘୋଷଣା କରିବା ପରେ ଜିଲ୍ଲା ତଥା ରାଜ୍ୟବାସୀଙ୍କ ଦୀର୍ଘ ଦିନ ସ୍ୱପ୍ନ ସଫଳ ହେବାକୁ ଯାଉଛି ।

ଆଇଓସିଏଲ୍ ଓ ଏମସିପିଆଇ ଲିମିଟେଡ ମିଳିତ ଭାବେ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟ ରେ ପ୍ରତିଷ୍ଠା କରିବେ ଟେକ୍ସଟାଇଲ ପାର୍କ ।୪ ହଜାର ୩ ଶହ କୋଟି ଟଙ୍କା ବ୍ୟୟ ରେ ଖୁବ୍‌ଶୀଘ୍ର ଟେକ୍ସଟାଇଲ୍ ପାର୍କ କାମ ଆରମ୍ଭ ହେବ ବୋଲି ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ  ରାଜ୍ୟର ଯୁବକ, ଯୁବତୀ ନିଜର ପରିବାର ପୋକ୍ଷଣ ପାଇଁ ବାହାରକୁ ନ ଯାଇ ଏଠାରେ ନିଯୁକ୍ତି ସୁଯୋଗ ପାଇବେ। ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ ଯାହାଫଳରେ ଅନେକ ଶିକ୍ଷିତ  ଯୁବକ ,ଯୁବତୀଙ୍କ ପାଇ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଯାହାକୁ ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଟେକ୍ସଟାଇଲ୍ ପାର୍କ ରୁ ପ୍ରତ୍ୟେକ ଦିନ ୯୦୦ ଟନ ପଲିମର ଉତ୍ପାଦନ ହେବ । ପାରାଦୀପ ରିଫାଇନାରି ରୁ ବାହାରୁଥିବା ଉପ ଉତ୍ପାଦ କୁ କଞ୍ଚାମାଲ ଭାବେ ଏଠାରେ ବ୍ୟବହୃତ ହେବ । ଉତ୍ପାଦନ ପରେ ଧାମରା ପୋର୍ଟ ରୁ ଦେଶ ତଥା ଦେଶ ବାହାରକୁ ରପ୍ତାନି ହେବ । ଯାହା କି ପରିବହନ ଅର୍ଥ କୁ କମ କରିବ । ଏହା ସହ ଆଖ ପାଖ ଅଞ୍ଚଳ ରେ ମଧ୍ୟ ଅନେକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଠି ହେବ । 

ଏହି ଟେକ୍ସଟାଇଲ ପାର୍କ ପାଇଁ ବହୁ ଦିନ ହେବ ଜମି ଅଧିଗ୍ରହଣ ହୋଇଥିଲା । ପ୍ରଥମେ ଇଡକୋ ଜମି ନେଇ ସେଠାରେ ଧରଣୀ ଶୂଗାର ନାମକ ଚିନି କାରଖାନା ପ୍ରତିଷ୍ଠା ହେବା କଥା । କିନ୍ତୁ ଏହି ଚିନି କମ୍ପାନୀ ଏଠାରୁ ମୁହଁ ଫେରିବା ପରେ ପ୍ରାୟ ୨୦୦ଏକର ରୁ ଅଧିକ ଜମି ସେହି ଭଳି ପଡ଼ି ରହିଥିଲା । ୨୦୧୭ ରେ ରାଜ୍ୟ ସରକାର ଓ  ଆଓସିଏଲ ମଧ୍ୟ ରେ କାରଖାନା ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିଲେ ମଧ୍ୟ କିଛି କାମ ଆଗକୁ ବଢ଼ି ନଥିଲା । ଶେଷ ରେ ଏବେ ପୁଣି ଥରେ ଟେକ୍ସଟାଇଲ ପାର୍କ ପାଇଁ ଅର୍ଥ ମଞ୍ଜୁର ପରେ ଭଦ୍ରକ ବାସି ଙ୍କ ମନରେ ଆଶା ସଂଚାର ହୋଇଛି ।   ଆଞ୍ଚଳିକ ଲୋକ ଏବଂ ଯୁବକ ଯୁବତୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।  ସେହିଭଳି ଭଦ୍ରକ ସର୍କିଟ ହାଉସ ରେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜ ଦତ୍ତ ଏବଂ ଅନ୍ୟାନ୍ୟ ବରିଷ୍ଟ ପଦାଧିକାରୀଙ୍କ ଶହ ଏନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଭଦ୍ରକରେ ଏକ ବୟନ ପାର୍କ ସ୍ଥାପନ କୁ ନେଇ ସ୍ଥାନୀୟ ଅଧିବାସୀ ମଧ୍ୟ ରେ ବେଶ୍ ଉତ୍ସାହ ଦେଖା ଦେଇଛି । କିନ୍ତୁ ପୂର୍ବ ପରି ଘୋଷଣା କେବଳ ଘୋଷଣା ରେ ନ ରହି କାର୍ଯ୍ୟକାରୀ ହେଲେ ସଭିଏଁ ଉପକୃତ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.