ପ୍ରମୂଖ ଖବର
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଥାଇଲାଣ୍ଡର ଏକ ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ,୯ ମୃତ...

Published By : Ladu Kishor | July 30, 2025 6:16 PM

ନୂଆଦିଲ୍ଲୀ: ବୁଧବାର ମଧ୍ୟ ଥାଇଲାଣ୍ଡର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମ୍‌ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ ଏହି ଘଟଣାକୁ ନେଇ ସୂଚନା ଦେଇଛନ୍ତି । ଏହି ବିସ୍ଫୋରଣ ବ୍ୟାଙ୍କକ୍ ଠାରୁ ପାଖାପାଖି ୯୫ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ସୁଫାନ ବୁରୀ ପ୍ରଦେଶରେ ହୋଇଛି। ବିସ୍ଫୋରଣର କାରଣ ଏବେ ବି ଅସ୍ପଷ୍ଟ ରହିଛି । 

ବାଣ କାରଖାନାରେ ବିସ୍ଫୋରଣକୁ ନେଇ 'ସମରକୁନ୍ ସୁଫାନ୍ ବୁରି ରେସ୍କ୍ୟୁ ଫାଉଣ୍ଡେସନ୍' ୯ ଜଣଙ୍କ ମୃତ୍ୟୁ ଖବର ଦେଇଛି ଏବଂ କହିଛି ଯେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଛି। ପ୍ରଦେଶ ସରକାରଙ୍କ ଜନସମ୍ପର୍କ ବିଭାଗ କହିଛି ଯେ ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ନିଖୋଜ ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସର ବରିଷ୍ଠ ସାର୍ଜେଣ୍ଟ ମେଜର ପିନ୍ୟୋ ଚାନମାନି କହିଛନ୍ତି ଯେ, ବିସ୍ଫୋରଣ ଏକ ବାଣ ତିଆରି କୋଠାରେ ହୋଇଥିଲା। କାରଖାନାର ବାଣ ତିଆରି ପାଇଁ ଲାଇସେନ୍ସ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ। ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଏବଂ ଫଟୋଗ୍ରାଫରେ କ୍ଷତିଗ୍ରସ୍ତ କାଠ ଦେଖିବାକୁ ମିଳିଛି । ଜାନୁଆରୀ ୨୦୨୪ରେ ସମାନ ଅଞ୍ଚଳରେ ସମାନ ଘଟଣାରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଜୁଲାଇ ୨୦୨୩ରେ ଦକ୍ଷିଣ ଥାଇଲାଣ୍ଡର ଏକ ବାଣ ଗୋଦାମରେ ଏକ ବଡ଼ ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ।   

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.