ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ଅଙ୍କଲ’ କହିବା ପଡିଲା ଭାରି, ଫୋନ୍ କଲ ଲିକ୍ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ହେଲେ ସସ୍‌ପେଣ୍ଡ

Published By : Harapriya Biswal | July 1, 2025 4:28 PM

ନୂଆଦିଲ୍ଲୀ,୧।୭: ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ଣ୍ଣ ଶିନାୱାତ୍ରା ପଦବୀରୁ ନିଲମ୍ବିତ। ଦେଶର ସମ୍ବିଧାନିକ କୋର୍ଟ ମଙ୍ଗଳବାର ତାଙ୍କୁ ସସ‌ପେଣ୍ଡ କରିଥିବା ନେଇ ଦେଇଛନ୍ତି ବଡ଼ ରାୟ। କମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଛି ଏଭଳି ରାୟ। ପ୍ରଧାନମନ୍ତ୍ରୀ ନୈତିକତା ଉଲଂଘନ କରିଥିବା ନେଇ କହିଛନ୍ତି କୋର୍ଟ। ପଡୋଶୀ ଦେଶ କମ୍ବୋଡିଆର ମୁଖ୍ୟଙ୍କ ଫୋନ୍‌ କଲ ଲିକ୍ ପରେ ଶିନାୱାତ୍ରା ହୋଇଛନ୍ତି ସସପେଣ୍ଡ। ଏହାପରେ ଥାଇଲାଣ୍ଡର ସେନାରୁ ନେଇ ମେଣ୍ଟ ସରକାରରେ ସୃଷ୍ଟି ହୋଇଛି ଝଡ।

ଶିନାୱାତ୍ରା ସରକାରଙ୍କୁ ସମର୍ଥନ କରୁଥିବା ଦଳଗୁଡ଼ିକ ନିଜ ନିଜର ସମର୍ଥନ ପ୍ରତ୍ୟାହାର କରିଛନ୍ତି। ସାମ୍ବିଧାନିକ କୋର୍ଟ କାମ୍ବୋଡିଆ ସହିତ କୂଟନୈତିକ ବିବାଦରେ ଶିନାୱାତ୍ରାଙ୍କ ଭୂମିକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ବହିଷ୍କାର କରାଯାଇପାରିବ। ସାମ୍ବିଧାନିକ କୋର୍ଟ ୭-୨ ବହୁମତ ସହିତ ଶିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିନାୱାତ୍ରାଙ୍କ ବିରୁଦ୍ଧରେ ପଦ ଏବଂ ଗୋପନୀୟତାର ଶପଥ ଉଲ୍ଲଂଘନ ଏବଂ ରାଷ୍ଟ୍ରୀୟ ହିତକୁ ଅଣଦେଖା କରିଥିବା ଅଭିଯୋଗ ଲାଗିଛି।

ପୁରା ବିବାଦ ମଇ ୨୦୨୫ ରେ ଥାଇଲାଣ୍ଡ ଓ କମ୍ବୋଡିଆ ଭିତରେ ସୀମାରେ ହୋଇଥିବା ବିବାଦ ପରେ ଆରମ୍ଭ ହୋଇଥିଲା। ଯେଉଁଥିରେ କମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୀମା  ରେ ଚାଲିଥିବା ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଶିନାୱାତ୍ରା କମ୍ବୋଡିଆ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ହୁନ୍ ସେନ୍‌ଙ୍କୁ ଫୋନ୍ କରିଥିଲେ, ଯିଏକି ଏବେ ବି ଦେଶର ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତି। ନିକଟରେ ଫୋନ୍ କଲ୍‌ର ଏକ ରେକର୍ଡିଂ ଲିକ୍ ହୋଇଥିଲା, ଯେଉଁଥିରେ ହୁନ୍ ସେନ୍‌ଙ୍କୁ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ‘ଅଙ୍କଲ’ କହି ସମ୍ବୋଧିତ କରିଥିଲେ। ଏହା ସହ ଥାଇଲାଣ୍ଡ ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର ବିରୋଧି ବୋଲି ମଧ୍ୟ କହିଥିଲେ। ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦର ରୁଢିବାଦୀ ସାଂସଦଙ୍କ ମଧ୍ୟରେ ସୃଷ୍ଟି କରିଛି ହଇଚଇ। 

ଥାଇ ସଂସଦର ଏକ ଗୋଷ୍ଠୀ, ଯିଏକି ସେନାର ସମର୍ଥକ, ସେମାନେ ଏହି ଲିକ୍ ଫୋନ୍ କଲ୍‌କୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆବେଦନ କରିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ, ପ୍ରଧାନମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କମ୍ବୋଡିଆ ଆଗେରେ ମୁଣ୍ଡ ନୂଆଁଇବାର ସଙ୍କେତ ଦେଇଛନ୍ତି। ଏଭଳି କରି ସେନାର ମନୋବଳ ଭାଙ୍ଗିବା ସହ ତାକୁ ତଳୁଆ ଦେଖାଇବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣ ଥାଇଲାଣ୍ଡର ସୁରକ୍ଷା, ବିଦେଶ ନୀତି ଓ ସାମରିକ ପ୍ରତିଷ୍ଠାନର ଗାରିମାକୁ କ୍ଷୁର୍ଣ୍ଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.