ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନିର୍ବନ୍ଧ ସରିଥିଲା, ବାକିଥିଲା ବାହାଘର; ସହିଦ ହେଲେ ଯବାନ

Published By : Bijay Swain | February 12, 2025 6:39 PM

Image courtesy: indiatoday

ନୂଆଦିଲ୍ଲୀ: ତିନି ସପ୍ତାହ ପୂର୍ବେ ନିର୍ବନ୍ଧ ସରିଥିଲା। ଆଉ ଦେଢ ମାସ ପରେ ପଡିଥାନ୍ତା ହାତ ଗଣ୍ଠି। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ନିଜ ବିବାହକୁ ନେଇ ସୁନେଲି ସ୍ୱପ୍ନ ବୁଣୁଥିବା ମୁକେଶ ସିଂ ମାନହସ ଦେଶ ପାଇଁ ସହିଦ ହୋଇଯାଇଛନ୍ତି। ମାତ୍ର ଦୁଇ ସପ୍ତାହ ତଳେ ନିଜ ନିର୍ବନ୍ଧ ଶେଷ କରି ମୁକେଶ ଜମ୍ମୁ କାଶ୍ମୀର ସ୍ଥିତ ନିଜ ସେନା କ୍ୟମ୍ପରେ ଯୋଗ ଦେଇଥିଲେ। ସେ ସେନାରେ ନାୟକ ପୋଷ୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ଆସନ୍ତା ଏପ୍ରିଲ ମାସରେ ହୋଇଥାନ୍ତା ବାହାଘର। ହେଲେ ଲାଇନ ଅଫ ଆକ୍ୱାଚଲ କଣ୍ଟ୍ରୋଲ(ଏଲଓସି) ନିକଟରେ ଆଇଇଡି ବିସ୍ପୋରଣ ହେବାଯୋଗୁଁ ୨୯ ବର୍ଷିୟ ମୁକେଶ ଚିରନିଦ୍ରାରେ ଶୋଇଯାଇଛନ୍ତି। 

ସୂଚନା ମୁତାବକ, ଝାଡଖଣ୍ଡର କ୍ୟାପଟେନ କରମଜିତ ସିଂ ବକ୍ସିଙ୍କ ସହ ମୁକେଶ ମଙ୍ଗଳବାର ଅପରାହ୍ନ ୩ଟା ୫୦ ସମୟରେ ଅଖନୋରର ଭଟ୍ଟାଲ ଅଞ୍ଚଳରେ ଥିବା ଏକ ଫରୱାର୍ଡ ପୋଷ୍ଟ ନିକଟରେ ପାଟ୍ରୋଲିଂ ଡ୍ୟୁଟିରେ କରୁଥିଲେ। ଏହି ସମୟରେ ହଠାତ  ଆଇଇଡି ବିସ୍ପୋରଣ ହେବାଯୋଗୁଁ ଉଭୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ବିଚ୍ଛିନତାବାଦି ଆତଙ୍କୀମାନେ ଏହି ଅଞ୍ଚଳରେ ବମ୍ ଲଗାଇଥିଲେ ବୋଲି ସୂଚନା ମିଳିଛିଯ। ତେବେ ଦୁଇ ସପ୍ତାହ ଛୁଟି ପରେ ଗତ ଜାନୁଆରୀ ୨୮ ତାରିଖରେ ମୁକେଶ ତାଙ୍କ ଆର୍ମି ୟୁନିଟରେ ଯୋଗଦାନ କରିଥିଲେ।

ତାଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ବୁଧବାର ଦିନ ତାଙ୍କ ଗାଁ ସାମ୍ବାସ ବ୍ରି କାମିଲା କୁ ପଠାଯାଇଥିଲା। ସେଠାରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ରାଷ୍ଟ୍ରିୟ ମର୍ଯ୍ୟାଦାରେ ତାଙ୍କ ଅନ୍ତିମ ସତ୍କାର କାରାଯାଇଥିଲା। ତାଙ୍କ ମୃତ୍ୟୁରେ ଗ୍ରାମବାସୀମାନେ ଶୋକ ପ୍ରକାଶ କରିବା ସହ ମୁକେଶଙ୍କ ସ୍ମୃତିଚାରଣ କରିଥିଲେ।

ମୁକେଶଙ୍କ ପିତା ଛଗାତର ସିଂ ଜଣେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବା ବେଳେ ପୁଅଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି। ‘ମୋ ପୁଅର ବହୁତ କମ ବୟସରୁ ଦେଶ ସେବା କରିବାକୁ ଇଚ୍ଛା ଥିଲା।ମୁକେଶ ଜମ୍ମୁ କାଶ୍ମୀରରେ ପୋଷ୍ଟ ହେବା ପୂର୍ବରୁ ସିଆଚେନ୍, କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଦେଶ ସେବା କରିଥିଲେ’ ବୋଲି ଛଗାତର ସିଂ କହିଛନ୍ତି।  

ସୂଚନା ମୁତାବକ, ମୁକେଶଙ୍କର ଦୁଇ ଜଣ ଭଉଣୀ ରହିଛନ୍ତି। ଉଭୟେ ବିବାହ ମଧ୍ୟ କରିସାରିଛନ୍ତି। ତେବେ ମୁକେଶଙ୍କ ବିବାହ ଆସନ୍ତା ଏପ୍ରିଲ ୨୦ ତାରିଖରେ ସ୍ଥିର ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.