ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ

Published By : Harapriya Sethi | October 27, 2024 7:15 AM

ବାଲିଗୁଡ଼ା,୨୭/୧୦: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ । ହତ୍ୟା କରିଥିବା ସ୍ୱାମୀ ଚନ୍ଦ୍ରକାନ୍ତ ବେହେରଦଳାଇ ଏବଂ ତାଙ୍କ ସ୍ତ୍ରୀ ମଧୁମତି ବେହେରଦଳାଇ ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗାଁରେ ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି । 

ସୂଚନା ମୁତାବକ, ଚନ୍ଦ୍ରକାନ୍ତ ଏବଂ ତାଙ୍କ ସ୍ତ୍ରୀ ମଧୁମତିଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ହେଲେ ଶେଷରେ ଏହି ଝଗଡ଼ା ସବୁ ସୀମା ଡେଇଁ ଗଲା । କ୍ରୋଧରେ ଆସି ନିଜ ସ୍ତ୍ରୀର ଗଳା କାଟି ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ ଚନ୍ଦ୍ରକାନ୍ତ । ଏହି ସମୟରେ ମଧୁମତି ଯନ୍ତ୍ରଣାରେ ଚିତ୍କାର କରି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ପାରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମଧୁମତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହା ସହ ହତ୍ୟାକାରୀ ସ୍ୱାମୀ ଚନ୍ଦ୍ରକାନ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.