ମନମୁଣ୍ଡା,୧୬/୧୨ : ଜାତୀୟ ରାଜପଥ ୫୭ନଂ ମନମୁଣ୍ଡା ବସଷ୍ଟାଣ୍ଡରେ ଏକ ଦୁର୍ଘଟଣାଗ୍ରସ୍ତ ନମ୍ୱର ବିହୀନ କାର (ଗାଡ଼ି) ରାସ୍ତାକୁ ମାଡ଼ି ଭୁଲ ସାଇଟରେ ଆଜକୁ ୫ଦିନ ହେବ ପଡ଼ି ରହିଛି । ଅଦ୍ୟାବଧି ପୁଲିସ କିମ୍ବା ଆରଟିଓ ତଥା ପ୍ରଶାସନ ସେ ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି। ବିଶେଷ କରି ପୁଲିସ ଗାଡ଼ିକୁ ଥାନାକୁ ନେବା କଥା କିମ୍ବା ମୁଖ୍ୟ ରାସ୍ତାରୁ ହଟାଇ ଅନ୍ୟତ୍ର ରଖିବା କଥା।
କିନ୍ତୁ କରି ନାହାନ୍ତି। ଉକ୍ତ ଗାଡ଼ି ଯେଉଁ ହିସାବରେ ପଡ଼ି ରହିଛି ତାହାକୁ ନେଇ ଆହୁରି ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ପୁଲିସ ଏ ପର୍ଯ୍ୟନ୍ତ କାହିଁକି ସେ ନେଇ ପଦକ୍ଷେପ ନେଇ ନାହିଁ ତାହା ଆଶ୍ଚର୍ଯ୍ୟାନ୍ଵିତ କରିଛି। ପ୍ରକାଶ ଥାଉକି, ୧୨ତାରିଖ ରାତ୍ରରେ ବୌଦ୍ଧ ଦିଗରୁ ଉକ୍ତ ଧଳା ରଙ୍ଗର ନମ୍ୱର ବିହୀନ କାର ସୋନପୁର ଅଭିମୁଖେ ଯାଉଥିଲାବେଳେ ନିଜ ଡାହାଣ ପଟେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଓ ଦୋକାନରେ ଧକ୍କା କରି ବୁଲି ପଡ଼ିଥିଲା ।
ଧକ୍କାରେ ବିଦ୍ୟୁତ୍ ଖୁଣ୍ଟ ଓ ଦୋକାନ ଭାଙ୍ଗି ଯାଇଥିଲା। ବିଦ୍ୟୁତ୍ ବିଭାଗ ଦୁର୍ଘଟଣାର ପର ଦିନ ଏକ ନୂଆଁ ବିଦ୍ୟୁତ୍ ଖୁଣ୍ଟ ଲଗାଇଥିଲେ। ଡ୍ରାଇଭର ସାଇଟରେ ପ୍ରବଳ ଭଙ୍ଗା ରୁଜା ହୋଇଛି । ଡ୍ରାଇଭର କି ଅନ୍ୟ କେହି କୌଣସି ଆହତର ସୂଚନା ମିଳିନାହିଁ । କିନ୍ତୁ ଆହତ ହୋଇଥିବା ଦୁର୍ଘଟଣା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି । ତାହା ଏକ ଗଞ୍ଜେଇ ଗାଡ଼ି ତଥା ଚୋରି ଗାଡ଼ି ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି।