ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସ୍ଥଗିତ, ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ଧାରଣା

Published By : Rasmita Pradhan | July 5, 2025 2:48 PM

କେସିଙ୍ଗା, ୫/୭ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ପ୍ରମୁଖ ୧୦ ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଶନିବାର ଠାରୁ ସ୍ଥଗିତ ରଖାଯାଇଛି।‌ ଏହି ଆନ୍ଦୋଳନ ଗତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ୧୮ ଦିନରେ ପହଞ୍ଚିଥିଲା। ଇତିମଧ୍ୟରେ ବିଡିଓ, ତହସିଲଦାର ଏବଂ ଭବାନୀପାଟଣା ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଶେଷରେ ଆଜି କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଧାରଣା ସ୍ଥଳକୁ ଯାଇ ଆଲୋଚନା କରିଥିଲେ। 

ସଚେତନ ନାଗରିକ ମଞ୍ଚ ପକ୍ଷରୁ ଯେଉଁ ୧୦ ଦଫା ଦାବି ପାଇଁ ଧାରଣା ଚାଲିଥିଲା ସେସବୁ ଉପରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ତରଫରୁ ଦାବି ଗୁଡ଼ିକ ଉପରେ ସରକାରଙ୍କୁ ରିପୋର୍ଟ କରାଯାଇଛି ବୋଲି କହିଥିଲେ। ଧାରଣାକୁ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ହେଲେ ସମସ୍ତ ଦାବିର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲା ଜିଲ୍ଲାପାଳଙ୍କୁ କହିଥିଲେ । ତେବେ ଜିଲ୍ଲାପାଳଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଧାରଣାକୁ ଆଜି ଠାରୁ ବିରତି ରଖାଗଲା ବୋଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଚେତନ ନାଗରିକ ମଞ୍ଚର ସଭାପତି ଘୋଷଣା କରିଥିଲେ । ଧାରଣା ସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ପ୍ରଶାସନ ପକ୍ଷରୁ ଭବାନୀପାଟଣା ଉପ ଜିଲ୍ଲାପାଳ ପ୍ରଭାତ ପରିଡାଙ୍କ ସମେତ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.