ଚାନ୍ଦବାଲି, ୧୫।୧ : ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି।  ଏଥିରେ ବୋଟରେ ଥିବା ଯାତ୍ରୀ ବୁଡିଯାଇଥିଲେ। ତେବେ ଟ୍ରଲରେ ଥିବା ମତ୍ସ୍ୟଜୀବୀ ବୁଡିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଧାମରା  ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।  

ଏକ ବୋଟ ୮ଜଣ ଯାତ୍ରୀଙ୍କୁ ଧରି ଚାନ୍ଦବାଲିରୁ ଧାମରା ଆସିଥିଲା। ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ବୋଟଟି  ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା। ଫଳରେ ଯାତ୍ରୀମାନେ ପାଣିରେ ବୁଡିଯାଇଥିଲେ। ମାଛ ଧରା ଟ୍ରଲରରେ ଥିବା ମସ୍ତ୍ୟଜୀବୀ  ବୋଟ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ଧାମରା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିଲେ।  ଧାମରାରେ ମକର ମେଳା ଚାଲୁଥିବା ବେଳେ ଧାମରା ମେରାଇନ ଥାନାଧିକାରୀ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରି ନଥିବାରୁ ଏହି ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।