ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ, ମାଓନେତା ଦାଶୁରଙ୍କଙ୍କ ଥିଲେ ଅଙ୍ଗ ରକ୍ଷକ

ଫୁଲବାଣୀ,୨୮/୧୧ : ସୁରକ୍ଷା ବାହିନୀର ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲ୍ଲାରେ ମାଓ ଦୁର୍ଗ ଭୁସୁଡିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ କନ୍ଧମାଳ ଜିଲ୍ଲାରେ ପୁଲିସ ଗୁଳିରେ ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ମାଓ କ୍ୟାଡର କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ। 

ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳ ଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ  କାର୍ଯ୍ୟ କରି ଆସୁଥିଲେ। ୨୦୨୦ ମସିହାରେ ସେ ଓଡିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ(କାଡାମ ଏରିଆ କମିଟି)ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ। ବର୍ତ୍ତମାନ ସେ କନ୍ଧମାଳ ଜିଲ୍ଲାର ରାହୁଲ ଏରିଆ କମିଟିର ସଦସ୍ୟ ଥିଲେ। ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ  ବିଜା ଥିଲେ ବୋଲି ସୂଚନା ଦେଇଛି ପୁଲିସ। 

୨୦୨୦ ମସିହା ସିର୍ଲା,ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ଏହି ମାଓବାଦୀ ଜଣକ ସାମିଲ ଥିଲେ ବୋଲି ଗୁରୁବାର ସ୍ଥାନୀୟ ଜିଲା ପୁଲିସ ମୂଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସିଦ୍ଧାର୍ଥ ଷଡ଼ଙ୍ଗୀ। ମାଓ ସଙ୍ଗଠନ ପ୍ରତି ଜନସମର୍ଥନ କ୍ରମାଗତ ଭାବେ ହ୍ରାସ ପାଉଥିବା ସହିତ ସଙ୍ଗଠନ ଭିତରେ ଉତ୍ପୀଡନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବୀତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ବିଜା। ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବାଲିଗୁଡା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ  ବିପୁଳ ମାଓ ସାମଗ୍ରୀ ଜବତ କରିଛି।  ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓ କ୍ୟାଡର। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି  ଡିଆଇଜି  କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.