କୋଣାର୍କ,୨୪।୧୦(ଆପ୍ର): ପୁରୀ-କୋଣାର୍କ ବେଳାମାର୍ଗ ଇକୋ ରିଟ୍ରିଟ ନିକଟରେ ଏକ କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଫଳରେ କାରଟି ତୁରମାର ହୋଇଯାଇଛି। ଏଥିରେ କାର ଚାଳକ ଜଣକ ଗୁରୁତର ହୋଇଛନ୍ତି।
ଦୁଇ ଜଣ ପୁରୀରୁ କୋଣାର୍କ (ନଂଓଆର ୦୨ ଏଓ୍ବାଇ ୩୫୦୮ ) କାରରେ ଆସୁଥିଲେ। ଇକୋ ରିଟ୍ରିଟ ବୁଲାଣି ପାଖରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ବିଦ୍ୟୁତ ଖୁଣ୍ଟରେ କାରଟି ଧକ୍କା ଦେଇଥିଲା। ଫଳରେ କାରଟି ଚୁରମାର ହୋଇଯାଇଛି। କାର ଚାଳକଙ୍କ ମୁଣ୍ଡରେ ଆଘାତ ହେବା ସହିତ ରକ୍ତସ୍ରାବ ହୋଇଥିଲା। ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଆହତ ଚାଳକଙ୍କୁ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।