ଭୁବନେଶ୍ୱର,୦୮/୦୩: ଆସନ୍ତା ମାର୍ଚ୍ଚ  ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ବନ୍ଦ  ରହିବ ।  ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେଶନର ଦ୍ୱିତୀୟ ପ୍ରର୍ଯ୍ୟାୟ ଆରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ  ଉପସ୍ଥିତ ରହିବେ । ତେଣୁ ୟୁନିଟ୍‌-୫ସ୍ଥିତ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି  କାର୍ଯ୍ୟକ୍ରମ ବନ୍ଦ ରହିବ । ଆଗାମୀ ଜନ ଶୁଣାଣିର  ତାରିଖକୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ  ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ  ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।