ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, କିଛି ସେକେଣ୍ଡ୍‌ ମଧ୍ୟରେ ବରଫ ପାଲଟିଯିବ ମଣିଷ

Published By : Krishna Priya | December 7, 2024 7:38 AM

ନୂଆଦିଲ୍ଲୀ  ୦୭/୧୨: ବର୍ତ୍ତମାନ ଶୀତ ଋତୁ । ଦେଶର ଅଧିକାଂଶ ଅଞ୍ଚଳରେ ଶୀତ ପଡି଼ଥିବାବେଳେ ଏହି ସମୟରେ ଅସହ୍ୟ ଜାଡ଼ରେ ଥରିଥାନ୍ତି ଉତ୍ତର ଭାରତବାସୀ । ବର୍ଷରେ ୨-୩ ମାସ ଆମକୁ ଏଭଳି କଷ୍ଟକର ପରିସ୍ଥିତିର ସାମ୍ନା କରିବାକୁ ପଡ଼େ । ତେବେ ବିଶ୍ୱରେ ଏମିତି ବି ସ୍ଥାନ ଅଛି ଯେଉଁଠି ତାପମାତ୍ରା ଏତେ କମ୍‌ ଯେ ସେ ସଂପର୍କରେ ଚିନ୍ତା ବି କରିହେବନାହିଁ । ସେଠାରେ କିଛି ସେକେଣ୍ଡ୍‌ ମଧ୍ୟରେ ହିଁ ମଣିଷ ବରଫ ପାଲଟିଯାଏ । ଆଣ୍ଟାର୍କଟିକା ମହାଦେଶରେ ଥିବା ଭୋଷ୍ଟୋକ ଷ୍ଟେସନ ହେଉଛି ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ । ସେଠାରେ ରୁଷ୍‌ର ଏକ ଗବେଷଣା ଷ୍ଟେସନ୍‌ ରହିଛି ।

ଏକ ରିପୋର୍ଟ ଅନୁସାରେ, ୧୯୮୩ ମସିହା ଜୁଲାଇ ୨୧ ତାରିଖରେ ସେଠାରେ ବିଯୁକ୍ତ ୮୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହା ପୃଥିବୀ ପୃଷ୍ଠରେ ଅଦ୍ୟାବଧି ରେକର୍ଡ କରାଯାଇଥିବା ସବୁଠୁ କମ୍‌ ତାପମାତ୍ରା । ଭୋଷ୍ଟୋକ ଷ୍ଟେସନ୍‌ ବିଶ୍ୱର ସବୁଠୁ ଥଣ୍ଡା ଓ ଶୁଷ୍କ ମହାଦେଶ ଆଣ୍ଟାର୍କଟିକାର ମଧ୍ୟଭାଗରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏଠାରେ ହାରାହାରି ତାପମାତ୍ରା ବିଯୁକ୍ତ ୫୫ ଡିଗ୍ରୀ ସେଲସିୟସ୍‌ ଥାଏ । ସେଥିଯୋଗୁ କୌଣସି ଗଛଲତା କିମ୍ବା ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ ନାହିଁ । ଏଠାରେ ସୂର୍ଯ୍ୟକିରଣ ସିଧାସଳଖ ପଡ଼େନାହିଁ । ସେଥିଯୋଗୁ ଏତେ ଅଧିକ ଥଣ୍ଡା ହୋଇଥାଏ । 

୧୯୫୭ରେ ସୋଭିଏତ୍‌ ସଂଘର ବୈଜ୍ଞାନିକମାନେ ଭୋଷ୍ଟୋକ ଷ୍ଟେସନର ଆବିଷ୍କାର କରିଥିଲେ । ସେଠାରେ ବୈଜ୍ଞାନିକମାନେ ପୃଥିବୀର ଇତିହାସ ଓ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଜାଣିବା ଲାଗି ଗବେଷଣା କରିଥାନ୍ତି । ତେବେ ଅତ୍ୟଧିକ ଥଣ୍ଡା ଯୋଗୁ ସେମାନଙ୍କର ରହିବା ମଧ୍ୟ ବହୁତ କଷ୍ଟକର ହୋଇଥାଏ । ଏତେ ଥଣ୍ଡାରେ ବଞ୍ଚି ରହିବା ଲାଗି ସେମାନେ ସ୍ୱତନ୍ତ୍ର ପ୍ରକାର ଥର୍ମାଲ ପୋଷାକ ପିନ୍ଧିଥାନ୍ତି । ବୈଜ୍ଞାନିକ ଉପକରଣକୁ ରକ୍ଷା କରିବା ଲାଗି ସ୍ୱତନ୍ତ୍ର ଟେକ୍ନୋଲୋଜି ବ୍ୟବହାର କରନ୍ତି । ତଥାପି ଏଠାରେ ଦୀର୍ଘଦିନ ଧରି ରହିବା ଆହ୍ୱାନଭରା । ଭୋଷ୍ଟୋକ ଷ୍ଟେସନ୍‌ ତଳେ ଏକ ଝରଣା ରହିଛି । ତାହା ଭୋଷ୍ଟୋକ ଝରଣା ଭାବେ ପରିଚିତ । ବିଶ୍ୱାସ କରାଯାଏ ଯେ ଏହି ଝରଣା ୧୫ ନିୟୁତ ବର୍ଷ ତଳର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.