ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାବା ସିଦ୍ଦିକିଙ୍କୁ ହତ୍ୟା ଲାଗି ୩ ମାସ ପୂର୍ବରୁ ହୋଇଥିଲା ପ୍ଲାନ୍‌, ୟୁଟ୍ୟୁବ୍ ଦେଖି ବନ୍ଧୁକ ଚାଳନା ଶିଖିଥିଲେ ଅଭିଯୁକ୍ତ

Published By : Tapas Panda | October 15, 2024 11:23 PM

ମୁମ୍ବାଇ: ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକି ହତ୍ୟାକଣ୍ଡ ମାମଲାରେ ବଡ଼ ଖୁଲାସା । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଲାଗି ୩ ମାସ ଆଗରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଅଭିଯୁକ୍ତମାନେ ବିନା ଅସ୍ତ୍ରରେ ଅନେକ ଥର ବାବା ସିଦ୍ଦିକିଙ୍କ ଘର ପାଖକୁ ଯାଇଥିଲେ । ମୁମ୍ବାଇ କ୍ରାଇମବ୍ରାଞ୍ଚ ପାଖରୁ ମିଳିଥିବା ସୂଚନା ଅନୁସାରେ, ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଲାଗି ସବୁ ଯୋଜନା ପୁଣେରେ ହୋଇଥିଲା । ଏବେ ସୁଦ୍ଧା ୧୫ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଛି କ୍ରାଇମବ୍ରାଞ୍ଚ । 

ସିଦ୍ଦିକିଙ୍କ ହତ୍ୟା ମାମଲାରେ ଗିରିଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ହରୀଶ ମିଡିଲ୍‌ ମ୍ୟାନ୍‌ ଥିଲା । ଅଭିଯୁକ୍ତ ପ୍ରବୀଣ ଏବଂ ଶୁଭମ ଲୋନକର ଗିରଫ ଅଭିଯୁକ୍ତ ଗୁରମେଲ୍‌ ସିଂହ ଏବଂ ଧର୍ମରାଜ କଶ୍ୟପକୁ ହରୀଶ ଦ୍ବାରା ୨ ଲକ୍ଷ ଟଙ୍କା ଦେଇଥିଲେ । ଶୁଟର୍ସଙ୍କୁ ଟଙ୍କା ସହିତ ଦୁଇଟି ମୋବାଇଲ୍‌ ଫୋନ୍‌ ଦିଆଯାଇଥିଲା । ହରୀଶ ଗତ ୯ ବର୍ଷ ହେଲା ପୁଣେରେ ରହୁଥିଲା । 

ତଦନ୍ତରୁ ଜଣାପଡ଼ିଛି ଯେ, ଗୁରମେଲ୍‌ ସିଂହ ଏବଂ ଧର୍ମରାଜ କଶ୍ୟପ ୟୁଟ୍ୟୁଭ ଦେଖି ଗୁଳି ଚଳାଇବା ଶିଖିଥିଲେ । ଅଭିଯୁକ୍ତମାନେ ସ୍ନାପଚାଟ୍‌ରେ ଚାଟ୍‌ କରୁଥିବା ବେଳେ ଇନଷ୍ଟାଗ୍ରାମରେ କଲ୍‌ କରୁଥିଲେ ।  ଅଭିଯୁକ୍ତମାନେ ବନ୍ଧୁକ ଚାଳନା କରିବାର ଅଭ୍ୟାସ କୁର୍ଲା ଏବଂ ପୁଣେରେ କରିଥିଲେ  । 

ମୁମ୍ବାଇ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଏବେ ବି ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି । ମୁମ୍ବାଇ ପୋଲିସକୁ ଆଜି ଯେଉଁ କଳା ରଙ୍ଗର ବ୍ୟାଗ ମିଳିଛି ସେଥିରୁ ୭.୬୨ ଏମଏମ୍‌ର ବନ୍ଧୁକ ମିଳିଛି । ତେବେ ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି । ଶୁଭମ ଲୋନକର ଫେସବୁକ ପୋଷ୍ଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କର ନାଁ ନେଇଥିଲା । ଏବେ ଏହି ମାମଲାର ତଦନ୍ତ ଜାରି ରହିଛି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.