ଭୁବନେଶ୍ୱର,୨୪/୦୧: ସ୍ନାତକୋତ୍ତରରେ ନାମଲେଖା ପାଇଁ  ସର୍ବଭାରତୀୟସ୍ତରରେ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) । ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି । ଫେବ୍ରୁଆରୀ ୧ ତାରିଖ ଯାଏ  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୱେବ୍‌ସାଇଟ୍‌ରେ ଚାଲିବ ଆବେଦନ । ଏହି ପରୀକ୍ଷାରେ  ଦେଶରେ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଭିନ୍ନ ରାଜ୍ୟ ବିଶ୍ୱବିଦ୍ୟାଳୟ,  ବେସରକାରୀ ବିଶ୍ୱବିଦ୍ୟାଳୟମାନେ ଭାଗ ନେଇଛନ୍ତି । 

ଫେବ୍ରୁଆରୀ ୨ ତାରିଖ  ଯାଏ ଆବେଦନ ଫି ଦାଖଲ କରିବାର ଶେଷ ତାରିଖ ରହିଛି । ସେହିପରି ୩ରୁ  ୫ ତାରିଖ ମଧ୍ୟରେ ଫର୍ମ ସଂଶୋଧନ ସୁଯୋଗ ମିଳିବ । ମାର୍ଚ୍ଚ ପ୍ରଥମ ସପ୍ତାହରେ  ପରୀକ୍ଷା କେନ୍ଦ୍ରର ସହର ନାମ ଘୋଷଣା କରାଯିବ । ଏପରିକି ମାର୍ଚ୍ଚ ୧୩ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ଏନେଇ ସମସ୍ତ ସୂଚନା ଏନ୍‌ଟିଓ ୱେବ୍‌ସାଇଟ୍‌ www.nta.ac.inରେ ଉପଲବ୍ଧ ରହିଛି ।