ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଅଭିଶପ୍ତ ଗ୍ରନ୍ଥ ଲୀଳାବତୀ, ଯିଏ ପାଠ କରିବ ତାହାର ଅକାଳ ମୃତ୍ୟୁ ହେବ

Published By : Prameya | May 12, 2025 11:08 AM

ଭୁବନେଶ୍ୱର ୧୨/୦୫: ଆମ ଦେଶରେ ଅନେକ ଗ୍ରନ୍ଥ ଲେଖାଯାଇଛି,ପଢ଼ାଯାଇଛି । କିନ୍ତୁ ଏକ ଗ୍ରନ୍ଥକୁ ନେଇ ଏପରି ବିଶ୍ୱାସ ରହିଛି ଯେ ଯାହାକୁ ପଢ଼ିବା ପାଇଁ ଯେକେହି ସାହସ ଜୁଟାଇପାରେ ନାହିଁ । ଏହି ଗ୍ରନ୍ଥଟି ଅଭିଶପ୍ତ ବୋଲି କୁହାଯାଏ । ଲୀଳାବତୀ ଗ୍ରନ୍ଥ ହେଉଛି ଏହି ଅଭିଶପ୍ତ ଗ୍ରନ୍ଥ । ଯିଏ ଏହି ଗ୍ରନ୍ଥକୁ ପାଠ କରିବ ତାହାର ଅକାଳ ମୃତ୍ୟୁ ହେବ କିମ୍ବା ତା’ର ମାନସିକ ବିକୃତି ଘଟିବ ବୋଲି ଅନ୍ଧବିଶ୍ୱାସ କରାଯାଏ । ଜନଶ୍ରୁତି ଅନୁସାରେ ଲୀଳାବତୀ ଗ୍ରନ୍ଥକୁ ଜଣେ ଯକ୍ଷଣୀ ଲେଖିଛନ୍ତି । ଆଉ କେହି କହନ୍ତି ଜଣେ ବଡ଼ ତାନ୍ତ୍ରିକ ଏହି ଗ୍ରନ୍ଥର ଲେଖକ । ତେବେ ତାନ୍ତ୍ରିକଙ୍କ ଦ୍ୱାରା ଏହା ଲେଖାଯାଇଥିବାର ଅଧିକାଂଶଙ୍କ ମତ ।  

କୁହାଯାଏ ଯେ,ପ୍ରାଚୀନ କାଳରେ ଜଣେ ଶକ୍ତିଶାଳୀ ତାନ୍ତ୍ରିକ ଲୀଳାବତୀ ନାମକ ଜଣେ ତରୁଣୀଙ୍କ ପ୍ରେମରେ ପଡ଼ିଥିଲେ । ସେହି ତରୁଣୀ ତାନ୍ତ୍ରିକଙ୍କୁ ପ୍ରତ୍ୟାଖ୍ୟାନ କରିବାରୁ ତାନ୍ତ୍ରିକ ଜଣକ ହତାଶ ତଥା ଭୀଷଣ କ୍ରୋଧିତ ହୋଇ ଲୀଳାବତୀଙ୍କୁ ଅଭିଶାପ ଦେଇଥିଲେ । ଏଥିସହିତ ଲୀଳାବତୀଙ୍କୁ ନେଇ ଲେଖିଥିଲେ ଏକ ଗ୍ରନ୍ଥ । ଲୀଳାବତୀଙ୍କ ପରି ଏହି ଗ୍ରନ୍ଥଟି ମଧ୍ୟ ସେହି ତାନ୍ତ୍ରିକଙ୍କ ଅଭିଶାପର ଶିକାର ହୋଇଥିଲା । ସେବେଠାରୁ ଏହି ଗ୍ରନ୍ଥଟି ଯିଏ ପଢ଼ିଛି ସେ ନିଶ୍ଚୟ ତଳିତଳାନ୍ତ ହୋଇଯାଇଛି ବୋଲି କୁହାଯାଏ ।  ଗ୍ରନ୍ଥଟି ଏବେ କେଉଁଠାରେ କେଉଁ ପୁସ୍ତକାଗାରରେ ରହିଛି କି ନାହିଁ ତାହା କେହି ଜାଣନ୍ତି ନାହିଁ । ଲୀଳାବତୀ ଗ୍ରନ୍ଥ ନେଇ ଜନଶ୍ର୍ରୁତି ମହାରାଷ୍ଟ୍ର ତଥା ଦକ୍ଷିଣ ଭାରତରେ ବିଶେଷ ପ୍ରଚଳିତ । ଲୀଳାବତୀ ଗ୍ରନ୍ଥର କିଛି ଅଂଶ ଇଣ୍ଟରନେଟ୍‌ ଯୋଗେ ଉପଲବ୍‌ଧ ସତ, ମାତ୍ର ତାହା ଅସଲି କି ନକଲି ତାହା କହିହେଉ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.