ପୁରୀ, ୭।୩ : ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ। ଶନିବାର ଅପରାହ୍ନ ରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ନୀଳଚକ୍ର ପତିତପାବନ ବାନା ଉପରେ କିଛି ସମୟ ଧରି ଚିଲ ବସିଥିବା ବେଳେ ଏହାକୁ ନେଇ ପୁଣିଥରେ ସମସ୍ତ ଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି।
ତେବେ ନୀଳଚକ୍ରର ପତିତପାବନ ବାନା ଉପରେ ବିଭିନ୍ନ ସମୟରେ ଚିଲ ବସିଥିବାର ନଜିର ଆସିଛି। ଗତ ୫ ତାରିଖରେ ମଧ୍ୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା। ଚିଲ ନୀଳଚକ୍ର ଉପରେ ବସିବାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଥାଏ। ତେବେ ଆଜି ଅପରାହ୍ନରେ ଚିଲଟି ନୀଳଚକ୍ରର ଚତୁଃପାର୍ଶ୍ଵରେ ବୁଲିବା ସହ ପତିତପାବନ ବାନା ଉପରେ ବସିଥିଲା। ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି।