ଭୁବନେଶ୍ୱର, ୧୦।୧୧: ବାର୍‌ରେ ବାଜିଲା ଅବକାରୀ ବିଭାଗର ଛାଟ । ରାତି ତମାମ ରାଜଧାନୀର ସବୁ ବାର୍‌ରେ ଚାଲିଥିଲା । ଚଢ଼ାଉ ପରେ କଟକ ରୋଡ୍‌ରେ ଥିବା ପେଣ୍ଟାଗନ୍ ବାର୍ ସିଲ୍ କଲା ଅବକାରୀ ବିଭାଗ । ବାର୍‌ରେ ଜଣେ ଲେଡି ପର୍ଫରମର୍ ରଖାଯାଇଥିବା ବେଳେ ବାର୍‌ରେ ଯୁବତୀଙ୍କ ପର୍ଫର୍ମାନ୍ସ ପୂର୍ବରୁ ଭୁବନେଶ୍ୱର ଅବକାରୀ ବିଭାଗ ବାର୍‌ରେ ରେଡ୍ କରିଥିଲା । ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ ଅବକାରୀ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଆଗକୁ ମଧ୍ୟ ଆହୁରି ଜୋରଦାର ଚଢ଼ାଉ ହେବା ନେଇ ଅବକାରୀ ବିଭାଗ ସୂଚନା ଦେଇଛି ।