ବଲାଙ୍ଗୀର, ୩୦।୧୨ :  ଆସନ୍ତା ଜାନୁୟାରୀ ୭ ତାରିଖରେ ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହେବ। ଦେଓଗାଁ ବ୍ଲକ ଖଇରଗୁଡା ବଡ଼ଖଳା ଓ ସାନ ଖଳାରେ ହେବ ଯାତ୍ରା। ଯାତ୍ରା ସହ ୩ ଦିନଧରି ହେବ ମହୋତ୍ସବ। 

ପ୍ରସିଦ୍ଧ ସୁଲିଆ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ବୈଠକ  ଅନୁଷ୍ଠିତ ହୋଇଛି। ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରାରେ ବଳିପ୍ରଥାକୁ ବନ୍ଦ କରିବା ପାଇଁ ପ୍ରଶାସନ ଓ ପୋଲିସ ସଚେତନ କରିବ ।