ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କେନ୍ଦ୍ରମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ, ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ କଲେ ଆଲୋଚନା...

Published By : Ladu Kishor | October 25, 2024 7:45 PM

ସିଡନୀ/ଅଷ୍ଟ୍ରେଲିଆ ୨୫/୧୦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନରେ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ଗବେଷକଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ଓ ଗବେଷଣା ଉପରେ ଆଲୋଚନା କରିଛନ୍ତି। ଏହା ସହ ଅଷ୍ଟ୍ରେଲିଆର କେତୋଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ଟେକ୍ନୋଲୋଜି ଓ କ୍ରୀଡ଼ା ଆଧାରିତ ଅଭିନବ କ୍ୟାମ୍ପସ ଓ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।  

ଅଷ୍ଟ୍ରେଲିଆର ଗବେଷଣାଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଏବଂ ‘ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସ’ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ଗବେଷକଙ୍କ ସହ ଶିକ୍ଷା ମନ୍ତ୍ରୀ ସାକ୍ଷାତ୍ ଆଲୋଚନା କରିଛନ୍ତି । ରୋବୋଟିକ୍ସ, କେମିକାଲ୍ସ, ଆଷ୍ଟ୍ରୋଫିଜିକ୍ସ, ସୁପର-କଣ୍ଡକ୍ଟିଭିଟି, ବିନିର୍ମାଣ କ୍ଷେତ୍ରରେ ଏଆଇ, ସ୍ୱାସ୍ଥ୍ୟସେବା, ମେଡ୍ ଟେକ୍, ଜଳବାୟୁ ପରିବର୍ତ୍ତନ, ଓ୍ୱାଟର ମ୍ୟାନେଜମେଣ୍ଟ ଏବଂ ଅର୍ବାନ ପ୍ଲାନି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଉପରେ ଭାରତର ଛାତ୍ରଛାତ୍ରୀ ଏବଂ ଗବେଷକମାନେ କାର୍ଯ୍ୟ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର । ଆଜିର ସାକ୍ଷାତ୍ ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି ।   

ଶ୍ରୀ ପ୍ରଧାନ ସିଡନୀ ସ୍ଥିତ ମ୍ୟାକ୍ୱାରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି) ପରିଦର୍ଶନ କରିଥିଲେ । ଗବେଷକ ଏବଂ ଉଦ୍ୟମିତାଙ୍କ ଆଇଡିଆକୁ ବିକଶିତ କରିବା ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ସହଯୋଗକୁ ସେ ପ୍ରଶଂସା କରିଥିଲେ ।  ସେହିପରି ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସ (ୟୁଏନଏସଡବ୍ଲ୍ୟୁ)ର ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସମାଜରେ ସକରାତ୍ମକ ପରିବର୍ତ୍ଅନ ଆଣିବା ପାଇଁ ଷ୍ଟାର୍ଟଅପ ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭାରତୀୟ ସମାଜ ଏବଂ ବଜାର ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । 

ଶ୍ରୀ ପ୍ରଧାନ କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ସିଡନୀ ସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି କ୍ୟାମ୍ପସ ପରିସରରେ ଥିବା ୟୁଟିଏସ୍ ମୁର୍ ପାର୍କ ଗସ୍ତ କରିଥିଲେ । ୟୁଟିଏସର ମୁର ପାର୍କ ପରିସର ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା ଯୁକ୍ତ ଅନୁଷ୍ଠାନ । ଏହି ଶିକ୍ଷାନୁଷ୍ଠାନରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଗୁଡିକ  ଖେଳ ସହ ଜଡ଼ିତ ଥିବାର ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅତ୍ୟାଧୁନିକ କ୍ରୀଡ଼ା ପରିଚାଳନା ଏବଂ ଗବେଷଣା କାର୍ଯ୍ୟକ୍ରମ ପ୍ରଦାନ ଦିଗରେ ୟୁଟିଏସ୍ କିପରି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଭାଗିଦାରୀ କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.