ଭୁବନେଶ୍ୱର,୦୨/୦୩: ଲମ୍ବା ସମୟ ଧରି ପଡ଼ି ରହିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ବର୍ଷ ଆରମ୍ଭରେ ସମାପ୍ତ ହେବାକୁ ଯାଉଛି । ଏକ ଟୁଇଟ୍ ମାଧ୍ୟମରେ ଏ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ୩୦୧ କିମି ଲମ୍ବା ପ୍ରକଳ୍ପକୁ ୧୯୪୭ରେ ଦେଶ ସ୍ୱାଧୀନ ହେବା ପୂର୍ବରୁ କଳ୍ପନା କରାଯାଇଥିଲା ।
ଏହା ଦେଶର ଅନ୍ୟତମ ପୁରୁଣା ବିଳମ୍ବିତ ରେଳ ପ୍ରକଳ୍ପ । ଏହି ରେଳଲାଇନ୍ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀରକୁ ଯୋଡ଼ିବ । ୩ଟି ଜିଲ୍ଲାକୁ ରେଳ ସଂଯୋଗ ମିଳିସାରିଛି । ନୂଆ ଲାଇନ୍ର ଏକ ବଡ଼ ଭାଗ ଅର୍ଥାତ୍ ନୟାଗଡ଼ର ଦଶପଲ୍ଲା ଏବଂ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ମଧ୍ୟରେ ୭୫ କିମି ଷ୍ଟ୍ରେଚ୍ ବଇସିପଲ୍ଲୀ ବନ୍ୟଜନ୍ତୁ ଅଭ୍ୟାୟରଣ୍ୟ(ସାତକୋଶିଆ ବ୍ୟାଘ୍ର ଅଭ୍ୟାୟରଣ୍ୟର ପ୍ରମୁଖ ଅଂଶ) ଏବଂ ନୟାଗଡ଼ରେ ଏକ ପ୍ରସ୍ତାବିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଦେଇ ଯାଉଛି ।
ମନୁଷ୍ୟ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷକୁ ହ୍ରାସ କରିବା ପାଇଁ ରେଳବାଇ ପକ୍ଷରୁ ୧୨.୭୬ କିମିର ୭ଟି ସୁଡ଼ଙ୍ଗ ତିଆରି ହୋଇଛି । ଏହାସହିତ ଅନେକ ବନ୍ୟଜନ୍ତୁ ଅଣ୍ଡର୍ପାସ୍ ଏବଂ ଓଭର୍ପାସ୍ ତିଆରି କରାଯାଇଛି । ହାତୀ ଅଣ୍ଡର୍ପାସ୍ ଏବଂ ଓଭର୍ପାସ ବ୍ୟତୀତ ୫୦୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ନୂଆ ରେଳଲାଇନ୍ ପ୍ରକଳ୍ପରେ ଉତ୍ସର୍ଗୀକୃତ ବନ୍ୟଜନ୍ତୁ କରିଡର ରହିଛି । ଜଙ୍ଗଲ ବିଭାଗର ପରାମର୍ଶରେ ଏଭଳି ସିଷ୍ଟମ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁ ବିନା ବାଧାରେ ମୁକ୍ତ ଭାବେ ଯାତାୟତ କରିପାରିବେ । ପୂର୍ବ ତଟ ରେଳପଥ ଅନୁସାରେ, ଓଡ଼ିଶାର ହାତୀ ଜନସଂଖ୍ୟା ପାଇଁ ଏ ପ୍ରକଳ୍ପ ଅଞ୍ଚଳ ଏକ ପ୍ରମୁଖ କରିଡର ।
The long-pending Khurda Road–Balangir rail line - first surveyed in 1947 - is now nearing completion, transforming connectivity across Odisha!
— Ashwini Vaishnaw (@AshwiniVaishnaw) March 1, 2026
✅ Connecting Khurda, Nayagarh, Boudh, Sonepur and Balangir
🛤️ Featuring multi-km tunnels, dedicated wildlife underpasses/overpasses &… pic.twitter.com/RHqrXPOe5m